ନିର୍ବାଚନ ପ୍ରଚାରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଜାମଦା ଗସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନିର୍ବାଚନ ପ୍ରଚାରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଜାମଦା ଗସ୍ତ | ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ହୁରଲାବେଡା ହାଟ ନିକଟରେ ଥିବା ପଡିଆରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ହେଉଥିବା ନିର୍ବାଚନ ପ୍ରଚାରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଯୋଗ ଦେଇଥିଲେ |

ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ କଡ୍ଡା କଟାକ୍ଷ କରିଥିଲେ | ଆଜି ଓଡିଶା ତଥା ଭାରତବର୍ଷ ବିକାଶ ନାଁରେ କେତେ ବିକଶିତ ଆପଣମାନେ ଦେଖିପାରୁଥିବେ | ଆଜି ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ତଥା ରୋଜଗାରରେ ବ୍ୟାପକ ଅବହେଳା ଦେଖାଯାଉଛି |

ଉକ୍ତ ବୈଠକ ସମାବେଶରେ ଝାଡଖଣ୍ଡ ରାଜ୍ୟ ମନ୍ତ୍ରୀ (ଜଳ ଓ ପରିବହନ) ଶ୍ରୀଯୁକ୍ତ ଦୀପକ ବିରୁଆ, ମୟୂରଭଞ୍ଜ ସାଂସଦ ଓ ସାରସକଣା ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ଅଞ୍ଜନୀ ସୋରେନ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ରାଜ୍ୟ ମୁଖପତ୍ର ସୁନୀଲ ମାଝୀ, ରାଜ୍ୟ ସଂଗଠକ ସଂପାଦକ ସାଲୁ କିସ୍କୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଂପାଦକ ଘନଶ୍ୟାମ ପିଙ୍ଗୁଆ, ଅନ୍ୟ କର୍ମକର୍ତ୍ତା, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ଓ ସକ୍ରିୟ ସଦସ୍ୟଗଣ ଉପସ୍ଥିତ ଥିଲେ | ଏଥିରେ ଜାମଦା ତଥା ଆଖପାଖ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.