ବିଜେଡିଙ୍କ ପ୍ରଚାରରେ ସିନେ ଷ୍ଟାର ସାମିଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିଙ୍କ ପ୍ରଚାରରେ ସିନେ ଷ୍ଟାର ସାମିଲ | ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁଙ୍କ ପ୍ରଚାରରେ ସିନେଷ୍ଟାର ସାମିଲ ହୋଇ ନିର୍ବାଚନ ପ୍ରଚାର କରିଥିବାର ଦେଖିବାକୁ ମିଳିଛି |

ଗତକାଲି ବହଳଦା ତଥା ଆଖପାଖ ଅଞ୍ଚଳରେ ନିର୍ବାଚନ ପ୍ରଚାରରେ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁଙ୍କ ସହିତ ସିନେଷ୍ଟାର ସୁପ୍ରିୟା ନାୟକ ଯୋଗ ଦେଇ ପ୍ରଚାର ପ୍ରସାର କରିଥିଲେ | ଏଥିରେ କର୍ମୀମାନେ ବାଇକରେ ରେଲି କରି ଯାଉଥିବା ବେଳେ, ରାଇସେନ ମୁର୍ମୁ ଓ ସୁପ୍ରିୟା ନାୟକ କାର ଉପରେ ଥାଇ ହାତ ହଲାଇ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ |

ଏହି ଭବ୍ୟ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଉକ୍ତ ସମୟରେ ବିଜୁ ଜନତା ଦଳ ଜିନ୍ଦାବାଦ ଓ ଜିତିବ ଭାଇ ଜିତିବ ଆମ ପାର୍ଟି ଜିତିବର ନାରା ଅଞ୍ଚଳସାରା ଗୁଂଜରିତ ହୋଇଥିଲା |

Leave A Reply

Your email address will not be published.