ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପାଳନ କଲା ୭୫ତମ ସାଧାରଣତନ୍ତ୍ର ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପାଳନ କଲା ୭୫ତମ ସାଧାରଣତନ୍ତ୍ର ଦିବସ | ରାଇରଙ୍ଗପୁର ସହରସ୍ତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଏଥିରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ଯୋଗ ଦେଇ ସମସ୍ତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଆମ ଦେଶ ପାଇଁ ଯେଉଁ ମହାନ ଦେଶପ୍ରେମୀମାନେ ବଳିଦାନ ଦେଇ ଯାଇଛନ୍ତି, ସେମାନଙ୍କୁ କୋଟି କୋଟି ପ୍ରଣାମ |

ସେମାନଙ୍କ ତ୍ୟାଗ ପାଇଁ ଜନମାନସରେ ଚିରସ୍ମରଣୀୟ ରହିଥିବେ | ଏହି ଅବସରରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ରୋଗୀମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା | ଏଥିରେ ମୁଖ୍ୟତଃ ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ରାଜ୍ୟ ସାଂଗଠନିକ ସଂପାଦକ ସାଲୁ କିସ୍କୁ, ରାଜ୍ୟ ଉପସଭାପତି ଶ୍ୟାମ କିସ୍କୁ, ରାଜ୍ୟ କୋଷାଧ୍ୟକ୍ଷ ମଦନ ରାଉତ, ଜିଲ୍ଲା ପରିଷଦ ସଭ୍ୟା ମୀନା ସୋରେନ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୁନୀଲ ମାଝୀ, ସଂପାଦକ ଘନଶ୍ୟାମ ପିଙ୍ଗୁଆ, ଉପସଭାପତି ମଦନ ମାର୍ଣ୍ଡି, ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ, ମହିଳା ମୋର୍ଚ୍ଚା ନେତ୍ରୀ ଶୁଭାସିନୀ ହାଁସଦାଃ ରହିଥିଲେ  |

ବହଳଦା ବ୍ଲକ ସଭାପତି ସୁରେଶ ଚନ୍ଦ୍ର ମୁର୍ମୁ, ତିରିଙ୍ଗ ବ୍ଲକ ସଭାପତି ରୁପାଇ ମୁର୍ମୁ, ଜାମଦା ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ଟୁଡୁ, ଉପସଭାପତି କିନିରାମ ଆଲଡା, କରଂଜିଆ ନିର୍ବାଚନ ମଣ୍ଡଳୀ ସଭାପତି ଭାଦ ସୋରେନ, ରାଇରଙ୍ଗପୁର ବ୍ଲକ ସଂପାଦକ ସୁରଜିତ ମୁର୍ମୁ, ବ୍ଲକ ଉପଦେଷ୍ଟା ମୁଚିରାମ ମାର୍ଣ୍ଡି, ବହଳଦା ବ୍ଲକ ଯୁବମୋର୍ଚ୍ଚା ସଭାପତି ବାନ୍ତା ବାସ୍କେ, ଜାମଦା ବ୍ଲକ ଯୁବମୋର୍ଚ୍ଚା ସଭାପତି ମଧୁ ବାନ୍ଦା , ଜାମଦା ବ୍ଲକର ସକ୍ରିୟ ସଦସ୍ୟ ଫାଗୁ ବାସ୍କେ, ଗୁହାଳଡାଙ୍ଗରି ସଭାପତି ରାଇସେନ ମାଝୀ, ବହଳଦା ବ୍ଲକ ସଂପାଦକ ବୁଧରାୟ ହାଁସଦାଃ ,ରାଇରଙ୍ଗପୁର ଅଫିସ ର କର୍ମୀ ଉଦୟନାଥ ମୁର୍ମୁ ତଥା ବହୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ଯୋଗ ଦେଇଥିଲେ |

Leave A Reply

Your email address will not be published.