ସହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଦ୍ବାରା ସାଧାରଣତନ୍ତ୍ର ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଦ୍ବାରା ସାଧାରଣତନ୍ତ୍ର ଦିବସ ପାଳିତ | ସହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ରାଇରଙ୍ଗପୁର ଆନୁକୁଲ୍ଯରେ 75ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଟ୍ରଷ୍ଟ ପ୍ରମୁଖ ମନୋରଞ୍ଜନ ହାଁସଦାଙ୍କ ମାର୍ଗଦର୍ଶନ ଓ ଉପଦେଷ୍ଟା ମୋଚିରାମ ମାଝୀଙ୍କ ଦିଗ୍ଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଶହୀଦ ନୁଦୁରାମ ସୋରେନଙ୍କ ପ୍ରତିମୁର୍ତି ରେ ପୁଷ୍ପମାଲ୍ଯ ପ୍ରଦାନ ପରେ ମୁଖ୍ଯ ଅତିଥି ମେଜର ମହେନ୍ଦ୍ର ମହାନ୍ତ ପତକା ଉତ୍ତୋଳନ କରି ସହୀଦ ନୁଦୁରାମ ସୋରେନଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ।

ଉପସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ତଥା ଟ୍ୟାକ୍ସି ସ୍ଟାଣ୍ଡ ର ସଦସ୍ଯ ମାନେ ଏକାସହିତ ରାଷ୍ଟ୍ରଗୀତ ଗାନ କରିଥିଲେ। ଅଖିଳ ଭାରତୀୟ ଅନୁସୂଚିତ ଜାତି ଜନଜାତି ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ସେବାସ୍ତମ୍ବର ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମ ଉପସ୍ଥିତ ରହି ରାଷ୍ଟ୍ରପ୍ରେମ ଉପରେ ଉଦବୋଧନ ଦେଇ ଥିଲେ।ବିଜୟ ରାମ ପ୍ରାରମ୍ଭିକ ସୂଚନା ଦେଇ ଶୁଭାରମ୍ଭ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

ଛାତ୍ରୀ କାର୍ମି ହାଁସଦା ସହୀଦ ନୁଦୁରାମ ସୋରେନଙ୍କ ଜୀବନ ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ। ରୁଦ୍ରନାଥ ଧୀର, ଶ୍ୟାମ ମଣ୍ଡଳ, ତୁଷାରକାନ୍ତ ମହାନ୍ତ, ଚନ୍ଦ୍ରହଂସ ମହାନ୍ତ, ହିମାଂସୁ ଭୁୟାଁ, ମନୋଜ ପଟ୍ଟନାୟକ, ଲକ୍ଷ୍ମଣ ମାଝି,ସୁନୀଲ ମାଝି,ସୁଶେନ ମୁଣ୍ଡା,ଶିବା ଦରଘା,ତରୁଣ କୁମାର ପାତ୍ର, ସୁବୋଧ ଦାସ, ଟୁଟୁ, ଶୁଭଲକ୍ଷ୍ମୀ ମହାନ୍ତ, ଏବଂ ସହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ, ରାଇରଙ୍ଗପୁର ଟାକ୍ସି ସ୍ଟାଣ୍ଡ ର ସଦସ୍ଯ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟି କୁ ସାଫଲ୍ଯମଣ୍ଡିତ କରିଥିଲେ। ସଭାଶେଷରେ ମନୋରଞ୍ଜନ ହାଁସଦା ସମସ୍ତଙ୍କୁ ଚକଲେଟ ଓ ଟିଫିନ ବଣ୍ଟନ ପ୍ୟାକେଟ ବଣ୍ଟନ କରିଥିଲେ।

Leave A Reply

Your email address will not be published.