କୋରାପୁଟ ରେ ନିଆରା ଢଙ୍ଗରେ ପାଳନ କଲେ ସାଧାରଣତନ୍ତ୍ର ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ରେ ନିଆରା ଢଙ୍ଗରେ ପାଳନ କଲେ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ପାଳିତ ହେଲା 75ତମ ସାଧାରଣତନ୍ତ୍ର ଦିବସ। ସାରା ଭାରତ ବର୍ଷ ରେ ସାଧାରଣ ତନ୍ତ୍ର ଦିବସ ପାଳନ ହେଉଥିବା ବେଳେ, କୋରାପୁଟ ଜିଲ୍ଲାର ସଦର ମହକୁମା ର ଜଣେ ସମାଜସେବି ମହିଳା ସାଧାରଣତନ୍ତ୍ର ଦିବସ କୁ ନିଆରା ଡଙ୍କରେ ପାଳନ କରିଥିବା ଦେଖିବାକୁ ମିଳିଛି |

ଯୁବତୀ ଜଣକ ହେଲେ ରଶ୍ମିତା ଟେଟେ। ନିଜ ଜୀବନ କୁ ସମାଜ ସେବାରେ ନିୟୋଜିତ କରି ନିଜ ଜୀବନ ଅତିବାହିତ କରୁଛନ୍ତି ଦୀର୍ଘ୍ ବର୍ଷ ଧରି। ଆଜି ଦିନରେ ଦୁଃଖୀ ଦିନହୀନ, ରୋଗୀ, ଅନାଥ, ଲେପ୍ରେସୀ ସମେତ ମାନଶିକ ରଗି ପୀଡ଼ିତରେ ରହୁଥିବା ଛାତ୍ରୀ ଛାତ୍ରଙ୍କ ସହ ଏହି ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି | କୋରାପୁଟ ବ୍ଲକର ମସ୍ତିପୁଟ ରିଜୟସ ପବ୍ଲିକ ସ୍କୁଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତାଳନ କରିଥଲେ । ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ କାହିଁକି ଏହି ଦିବସ ପାଳନ କରାଯାଇ ଥାଏ ସେ ବିଷୟରେ ଉଦବୋଧନ ଦେଲାପରେ, କୋରାପୁଟ SLN ମେଡିକାଲ କଲେଜ ହସ୍ପିଟାଲ ରୋଗୀ, ପ୍ରସୂତି ମହିଳା,ଲେପ୍ରା ସୋସାଇଟି, ମାନସ ସ୍କୁଲ, ରିଜୟସ ପବ୍ଲିକ ସ୍କୁଲ ର ଅନାଥ ଛାତ୍ର ଛାତ୍ରୀ ମାନଙ୍କ ସହ ଦେଖା କରି ଏହି ମହାନ ଦିନର ଶୁଭେଚ୍ଛା ଦେଇ କିଛି ଫଳ ଉପହାର ରୂପେ ପ୍ରଦାନ କରିଥିଲେ |

ଏହି ଅନୁଷ୍ଠାନ ର କର୍ମକର୍ତା ସହ ଆଲୋଚନା କରି ଆଗାମୀ ଦିନରେ ପ୍ରତ୍ୟେକ କାର୍ଯ୍ୟ ରେ ସହଯୋଗ କରିବା କୁ ପ୍ରତିଶୃତି ଦେଇଥିଲେ | ଜଣେ ମହିଳା ହୋଇ ଏପରି ସମାଜ ସେବା କାର୍ଯ୍ୟ ଦେଖି ଅନେକେ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା | କୋରାପୁଟ ଜିଲ୍ଲାର ଶିକ୍ଷାର ବିକାସ କ୍ଷେତ୍ର ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ରେ ଉନ୍ନତୀ ଦିଗରେ କାର୍ଯ୍ୟ କରିବେ ଲୋକଙ୍କୁ ସହାୟତାରେ ନିଜ ଜୀବନକୁ ଉସର୍ଗ କରିବେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.