ବିଧାୟକ ଦେଖାଇଲେ ମାନବିକତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଧାୟକ ଦେଖାଇଲେ ମାନବିକତା, ଦୁର୍ଘଟଣାରେ ରାସ୍ତାରେ ପଡି ରହିଥିବା ଯୁବକଙ୍କୁ ନିଜ ଗାଡିରେ ଆଣି ମେଡିକାଲରେ ଭର୍ତ୍ତି କଲେ | କେନ୍ଦୁଝର ଜିଲ୍ଲାର ୨୦ ନଂ ଜାତୀୟ ରାଜପଥ ଘଟଗାଁ ବ୍ଳକ ମେଲଣ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଅଜଣା ଗାଡି ଧକ୍କାରେ ମାର୍ଶାପାଳ ଗ୍ରାମର ଯୁବକ ଗୁରୁତର ହୋଇ ରାସ୍ତାର ପଡିରହିଥିଲେ।

ତେବେ ଘସିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ମେଲଣ ନିକଟସ୍ଥ ରଙ୍ଗମାଟିଆ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇ ତାଙ୍କ ବାସଭବନ ଘସିପୁରା ବ୍ଳକ ଗଡ଼ବାନ୍ଦଗୋଡ଼ାକୁ ଫେରୁଥିବାବେଳେ, ଯୁବକ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସଂଙ୍ଗେ ସଂଙ୍ଗେ ସମୟ ବିଳମ୍ବ ନକରି ତାଙ୍କ ଗାଡ଼ିରେ ଡ୍ରାଇଭର, ସୁରକ୍ଷାକର୍ମା ଓ ସ୍ଥାନିୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ଯୁବକଙ୍କର ଚିକିତ୍ସା ଚାଲିଥିବା ବେଳେ କିପରି ଯୁବକଙ୍କର ଉତ୍ତମ ଚିକିତ୍ସା ହେବ | ସେନେଇ ମେଡିକାଲ ଅଧିକ୍ଷକଙ୍କ ଆଲୋଚନା କରିଛନ୍ତି।ତେବେ ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶସାଂ କରିଛନ୍ତି ।

Leave A Reply

Your email address will not be published.