ବିଜ୍ଞପ୍ତି ପ୍ରକାଶ ଓ ନାମାଙ୍କନ ନିମନ୍ତେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜ୍ଞପ୍ତି ପ୍ରକାଶ ଓ ନାମାଙ୍କନ ନିମନ୍ତେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ | ବାଲେଶ୍ଵରରେ ବିଜ୍ଞପ୍ତି ପ୍ରକାଶ ଓ ନାମାଙ୍କନ ନିମନ୍ତେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଜିଲ୍ଲାପାଳ ଆଶିଷ ଠାକରେ ଏଥିରେ ଅଧ୍ୟକ୍ଷତା କରିଥିଲେ। ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୩୯୨୦ ଜଣ ପୋଲିଂ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କୁ ନିୟୋଜିତ କରାଯାଇଛି। ପ୍ରତି ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସର, ପାଞ୍ଚ ଜଣ ପୋଲିଂ ଅଫିସର ରହିବେ। ଜିଲ୍ଲାରେ ମୋଟ ୩୫୬ ଟି ଆଦର୍ଶ ମତଦାନ କେନ୍ଦ୍ର ନିର୍ଧାରଣ କରାଯାଇଛି। ମେ ୭ରୁ ୧୪ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବେ ପାର୍ଥି।

ମେ ୧୫ ତାରିଖ ନାମାଙ୍କନ ପତ୍ର ଯାଞ୍ଚ ଓ ୧୭ ତାରିଖ ପାର୍ଥି ପତ୍ର ପ୍ରତ୍ୟାହାର କରିପାରିଵେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ନିର୍ବାଚନକୁ ନେଇ ପେଡ ନ୍ୟୁଜ୍, ଫେକ ନ୍ୟୁଜ, ଉପରେ ନଜର ରଖିବା ପାଇଁ ସୋସିଆଲ ମିଡ଼ିଆ ମନିଟରିଂ ସେଲ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟରୁ ୩୨ ପୋଷ୍ଟ ଡିଲିଟ କରାଯାଇଛି ବୋଲି ଏସପି ସାଗରିକା ନାଥ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.