ବଦଳିଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀପ୍ରସନ୍ନ ଚନ୍ଦଙ୍କର ଟିକେଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଦଳିଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀପ୍ରସନ୍ନ ଚନ୍ଦଙ୍କର ଟିକେଟ | ତାଙ୍କ ଜାଗାରେ ଟିକେଟ ପାଇଲେ ସୁଦର୍ଶନ ଦାସ |ସୂଚନା ଅନୁସାରେ ଶ୍ରୀ ଦାସ ଦୀର୍ଘ ଦଶନ୍ଧି ଧରି ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ଥିବା ବେଳେ,ଚଳିତ ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ରେ ଜଳେଶ୍ଵର ର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ ଙ୍କ ନାମରେ ଟିକଟ ଘୋଷଣା କରିଥିଲେ |

ଏହାକୁ ନେଇ ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ଖ୍ଯୋଭ ପ୍ରକାଶ କରିଥଲେ | ଏବଂ ଦଳର କେନ୍ଦ୍ରୀୟ କମିଟି ଙ୍କୁ ରାଜ୍ୟ କଂଗ୍ରେସ ରେ ଚାଲିଥିବା ବିିଭିନ୍ନ ଘଟଣା କୁ ତର୍ଜମା କରିବାକୁ ନିବେଦନ କରିଥିଲେ। ଶ୍ରୀ ଦାସ ଙ୍କ ନିବେଦନ କୁ କେନ୍ଦ୍ରୀୟ କମିଟି ଗୁରୁତର ସହ ତର୍ଜମା କରି ଆଜି ଜଳେଶ୍ଵର ଆସନ ପାଇଁ ଦେବୀ ପ୍ରସନ୍ନ ଚନ୍ଦ ଙ୍କ ସ୍ଥାନରେ ସୁଦର୍ଶନ ଦାସ ଙ୍କ ନାମ ଘୋଷଣା କରାଯାଇଛି।

ତେବେ ଟିକଟ କଟିବାର କାରଣ ସମ୍ପର୍କରେ ଦେବୀ ପ୍ରସନ୍ନ ଚନ୍ଦ କିଛି ଜାଣିନଥିବା କହିଛନ୍ତି। ଏହାକୁ ନେଇ ପିସିସି ସଦସ୍ୟ ସତ୍ୟ ସୁନ୍ଦର ଦାସ ଙ୍କ ସାମ୍ବାଦିକ ସମ୍ମିଳନୀ ରେ ବ୍ଲକ, ମ୍ଯୂନସିପାଲଟି ସଭାପତି ସମେତ ସମସ୍ତ ମୋର୍ଚ୍ଚା ର ପଦପଦବୀ ରେ ଥିବା ନେତୃତ୍ବ ମଣ୍ଡଳୀ ଜିଲ୍ଲା ସଭାପତି ଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା କହିଛନ୍ତି।

Leave A Reply

Your email address will not be published.