ନାମାଙ୍କନର ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନର ଶେଷ ଦିନରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର | ନାମାଙ୍କନର ଆଜି ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି।

ଘସିପୁରା ନିର୍ବାଚନ ମଣ୍ଡଳୀ ର ପଦନା ରୁ ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ସହିତ ବଦ୍ରି ପାତ୍ର ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀ ପତ୍ର ଦାଖଲ ସମୟରେ ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦାର |ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁ, ଜିଲ୍ଲା ସଭାପତି କୁଶ ଆପଟ୍ଟ ଉପସ୍ଥିତ ରହିଥିଲେ।

ଟ୍ରାଫିକ ସମସ୍ୟା କୁ ନେଇ ପ୍ରଶାସନ ନାକେଦମ ହୋଇଛି। ଆଜି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଏଭଳି ଜନ ସମର୍ଥନ କୁ ଦେଖି ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ବିଜେଡି ଦଳର ପ୍ରାର୍ଥୀ ମାନେ ନିର୍ବାଚିତ ହେବେ ବୋଲି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.