ଆସିଲା କହ୍ନେୟାଲାଲଙ୍କ ପୋର୍ଷ୍ଟମର୍ଟମ ରିପୋର୍ଟ: ଜାଣନ୍ତୁ କିପରି ହୋଇଥିଲା ନିର୍ମମ ହତ୍ୟା?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥନ କାରଣରୁ କହ୍ନେୟାଲାଲଙ୍କୁ ନିର୍ମମ ହତ୍ୟା ଘଟଣାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶବବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟାକାରୀଙ୍କ କ୍ରୁରତାର ଚିତ୍ର ସାମ୍ନାକୁ ଆସିଛି। ଏତେ ବିଭତ୍ସ ଭାବେ ସେମାନେ କହ୍ନେୟାଙ୍କ ହତ୍ୟା କରିଛନ୍ତି ଭାବିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଶବ ବ୍ୟବଚ୍ଛେଦର ରିପୋର୍ଟ ଅନୁଯାୟୀ, ହତ୍ୟାକାରୀ ଧାରୁଆ ଅସ୍ତ୍ରରେ କହ୍ନେୟାଙ୍କ ଉପରେ ୨୬ ଥର ପ୍ରହାର କରିଥିଲେ। ତାଙ୍କ ଶରୀରରେ ୧୩ଟି ଜାଗାରେ ଗଭୀର କ୍ଷତ ରହିଛି। ଏଥିରୁ ଅଧିକାଂଶ ପ୍ରହାର ବେକରେ କରାଯାଇଛି। ଶରୀରରୁ ମୁଣ୍ଡକୁ ଅଲଗା କରିବା ପାଇଁ ହତ୍ୟାକାରୀ ପୂରା ଚେଷ୍ଟା କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ହତ୍ୟାକାରୀ କେତେ ବିଭତ୍ସ ଭାବେ କହ୍ନେୟାଙ୍କ ହତ୍ୟା କରିଛନ୍ତି।
ମୃତକ କେହ୍ନୟାଲାଲଙ୍କ ଭଉଣୀ କାନ୍ଦି କାନ୍ଦି କହିଛନ୍ତି ଯେ, ଯେମିତି ମୋ ଭାଇକୁ କାଟିଛନ୍ତି, ହତ୍ୟାକାରୀଙ୍କୁ ମଧ୍ୟ ସେମିତି କଟାଯାଉ।

ଜୀବନ ବଦଳରେ ଆମକୁ ଜୀବନ ଦରକାର ବୋଲି ପରିବାର ଲୋକେ କହିଛନ୍ତି। ଏମବି ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ କହ୍ନେୟାଲାଲଙ୍କ ମୃତଦେହ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ଘର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସେପଟେ ତାଙ୍କ ପରିବାରକୁ କ୍ଷତିପୂରଣ ଦେଇଛନ୍ତି ସରକାର ।

Leave A Reply

Your email address will not be published.