କାଳବୈଶାଖୀ ଆଣିଛି ତାତିରୁ ଆଶ୍ବସ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାଳବୈଶାଖୀ ଆଣିଛି ତାତିରୁ ଆଶ୍ବସ୍ତି । ଆହୁରି ୪ ଦିନ ଯାଏଁ ଏଭଳି ରହିବ ପାଗ ।  କାଳବୈଶାଖୀ ପ୍ରଭାବରେ ଆଜି ଟୁଇନ ସିଟି କଟକ-ଭୁବନେଶ୍ବରରେ ବର୍ଷା ହେବାର ସମ୍ଭାବନା ରହିଛି। ଠିକ୍ ସେହିପରି ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ।

ଏନେଇ ଭୁବନେଶ୍ବର ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ। ୯ ତାରିଖରେ ବି ରହିବ କାଳବୈଶାଖୀ ପ୍ରଭାବ। ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି। ଗତକାଲି ରାଜ୍ୟରେ ୨୦ ସହରରେ ପାରଦ ୩୫ ଡିଗ୍ରୀ ତଳେ ରହିଥିଲା ।

ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆଗାମୀ ୫ ଦିନ ଯାଏଁ ବର୍ଷା ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ପର୍ଯ୍ୟନ୍ତ ଛତିଶଗଡ଼ ଦେଇ ଏକ ନିମ୍ନଚାପ ରେଖା ଗତି କରୁଛି, ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ପବନର ବେଗ ଘଂଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ।

Leave A Reply

Your email address will not be published.