କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସକାଳ ୯ଟାରୁ ୧୧ଟା ସାହାଣମେଳା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):  ସୋମବାର ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି । ଏଥର ଉଭାଯାତ୍ରା ନ ଥିବାରୁ ଓ ତା ପରଦିନ ଘୋଷଯାତ୍ରା ଥିବାରୁ ମାତ୍ର ୩ ଘଣ୍ଟା ପାଇଁ ନବଯୌବନ ଦର୍ଶନ ସୌଭାଗ୍ୟ ପାଇବେ ଓ ଶ୍ରଦ୍ଧାଳୁ । ଆସନ୍ତାକାଲି ସକାଳ ୬ଟାରେ ଚଳା ଅପସର ପରେ ୭ଟା ୩୦ ସୁଦ୍ଧା ଅଣସର ତାଟି ଓ ପଟିଦିଅଁ ବିସର୍ଜନ ହେବେ । ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଟିକେଟ ଦର୍ଶନର ବ୍ୟବସ୍ଥା ହୋଇଛି । ପରେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ସେପଟେ ପର ଦିନ ଘୋଷଯାତ୍ରା ରହିଥିବାରୁ ଆଜି ରଥଟଣାର ମକଡ୍ରିଲ କରିଛି ପୋଲିସ । ଭିଡ଼ ଭିତରେ ରଥ କିଭଳି ଟଣାଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ସେନେଇ ମକଡ୍ରିଲ ହୋଇଛି । ପୁରୀ ସାହିବାସିନ୍ଦା ଓ ସେବାୟତ ମାନଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ଟ୍ରାଫିକ୍ ପ୍ଲାନ ।

ଟ୍ରାଫିକ୍ ବ୍ୟବସ୍ଥାକୁ ୧୪ଟି ସେକ୍ଟର ଓ ୨୯ଟି ଯୋନରେ ବିଭକ୍ତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସ୍ ଏବଂ ରେଗୁଲାର ବସ୍ ପାଇଁ ସ୍ୱତନ୍ତ୍ର ରୁଟ୍ ପ୍ଲାନ ହୋଇଛି । ରଥଯାତ୍ରା ସମୟରେ ପୁରୀକୁ ୧୨୫ଟି ସ୍ଵତନ୍ତ୍ର ଟ୍ରେନ୍ ଚାଲିବ । ତଟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.