କାନାଡାରେ ଗିରଫ ହେଲା ମୁମ୍ବାଇ ବିସ୍ଫୋରଣ ସହ ଜଡିତ ଦୁର୍ଦ୍ଦାନ୍ତ ଆତଙ୍କବାଦୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରବିବାର କାନାଡାରେ ଧରାପଡ଼ିଛି ଭାରତର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସିମିର ଚାନେପାରାମ୍ବିଲ ମହମ୍ମଦ ବାସିର ନାମକ ଜଣେ ସଦସ୍ୟ । ୨୦୦୨-୦୩ରେ ମୁମ୍ବାଇ ବିସ୍ଫୋରଣରେ ସେ ଜଡିତ ଥିବାରୁ ମୁମ୍ବାଇ ପୁଲିସ ସେହି ଦିନଠାରୁ ତାକୁ ଖୋଜୁଥିଲା। ସେ ହତ୍ୟା, ଆତଙ୍କବାଦୀ ଷଡଯନ୍ତ୍ର ଭଳି ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବାରୁ ମୁମ୍ବାଇ ପୁଲିସ ଇଣ୍ଟରପୋଲର ସହାୟତା ନେଇ ତା’ ବିରୋଧରେ ରେଡକର୍ଣ୍ଣର ନୋଟିସ ଜାରି କରିଥିଲା। ୨୦୦୩ରେ ହୋଇଥିବା ମୁମ୍ବାଇ ବିସ୍ଫୋରଣରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ। କେରଳର କାପ୍ରାସେରି ଗାଁରେ ବାସିରର ଘର ହୋଇଥିବାବେଳେ ସେ ଏରୋନଟିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ।

ଭାରତୀୟ ମୁଜାହିଦ୍ଦିନ ଗୋଷ୍ଠୀ ସହ ତା’ର ସମ୍ପୃକ୍ତି ଥିଲା। ମଧ୍ୟପ୍ରାଚ୍ୟର ଦେଶଗୁଡିକରେ ତା’ର କାର୍ଯ୍ୟକଳାପ ଜାରି ରଖିଥିଲା। ତେଣୁ ମୋଷ୍ଟ ୱାଣ୍ଟେଡ ତାଲିକାରେ ତା’ର ନାମ ଥିଲା। ତେବେ କାନାଡାରେ ଯେତେ ଦିନ ଥିଲା ସେତିକି ଦିନ ଭିତରେ ସେ ସେଠାରେ କେଉଁ କାର୍ଯ୍ୟରେ ସମ୍ପୃକ୍ତି ଥିଲା ତାହାର ତଦନ୍ତ କରାଯାଉଛି ବୋଲି କହିଛି ପୁଲିସ ।

Leave A Reply

Your email address will not be published.