ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆସନ୍ତା ୨୪ରେ

0

ଆସନ୍ତା ୨୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସହଯୋଗରେ ପେନସନ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଖୋର୍ଦ୍ଧା ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ ପ୍ରାପ୍ୟ ଯଥା ପେନସନ, ବାକି ଥିବା ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରାପ୍ୟ ପ୍ରଦାନ ନିମନ୍ତେ ଏହି ପେନସନ ଅଦାଲତ ଅନୁଷ୍ଠିତ ହେବ। ଉକ୍ତ ପେନସନ ଅଦାଲତରେ ପ୍ରଧାନ ମହାଲେଖାକାର, ଓଡିଶା (ଏ.ଜି ), ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ବକେୟା

ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ତ୍ୱରିତ ପଦକ୍ଷେପ ନେବେ। ଇତି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପେନସନ ମଞ୍ଜୁର କର୍ତ୍ତା ଓ ପେନସନରମାନଙ୍କୁ ଆବଶ୍ୟକ ପେନସନ କାଗଜପତ୍ର ସହ ଉପସ୍ଥିତ ରହିବାପାଇଁ ଏ.ଜି ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଅଦାଲତ ଦିନ ୧୦.୩୦ ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପେନସନ ମଞ୍ଜୁର କର୍ତ୍ତାମାନେ ଅବସରପ୍ରାପ୍ତ କର୍ମଚାରୀ ଯେଉଁମାନଙ୍କର ବକେୟା ଅବସରକାଳୀନ ପ୍ରାପ୍ୟ ବିଭିନ୍ନ କାରଣରୁ ମଞ୍ଜୁର ହୋଇପାରିନାହିଁ ସେମାନଙ୍କର କାଗଜପତ୍ର ଏହି ଅଦାଲତରେ ଉପସ୍ଥାପନ କରିବାକୁ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଯାହାଫଳରେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ମଞ୍ଜୁର କରାଯାଇ ପାରିବ।

Leave A Reply

Your email address will not be published.