554 ରେଳ ଷ୍ଟେସନ ର ଉନ୍ନତି କରଣ ରେ ସ୍ଥାନ ପାଇଲା କୋରାପୁଟ ଓ ଜୟପୁର ରେଳ ଷ୍ଟେସନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 554 ରେଳ ଷ୍ଟେସନ ର ଉନ୍ନତି କରଣ ରେ ସ୍ଥାନ ପାଇଲା କୋରାପୁଟ ଓ ଜୟପୁର ରେଳ ଷ୍ଟେସନ| ଆଧୁନିକ ଏବଂ ଦ୍ରୁତ ରେଳ ସେବା ଅମୃତ ଭାରତ ଷ୍ଟେସନ ଅଧୀନରେ 554 ରେଳ ଷ୍ଟେସନ ର ଉନ୍ନତି କରଣ ରେ କୋରାପୁଟ ରେଳ ଷ୍ଟେସନ ସ୍ଥାନ ପାଇଛି l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ l କୋରାପୁଟ ରେଳ ଷ୍ଟେସନ ଆନ୍ଦ୍ର, ଛତିଶଗଡ଼,ପଶ୍ଚିମବଙ୍ଗ କୁ ସଂଯୋଗ କରୁଛି l କୋରାପୁଟ ରେଳ ଷ୍ଟେସନ ଉନ୍ନତି କରଣ ହେବା ଦ୍ଵାରା କୋରାପୁଟ ର ବିକାଶ ହେବା ସହିତ ଆଦିବାସୀ ଅଧୁଷ୍ଠିତ ଅଞ୍ଚଳ ର ଆଦିବାସୀ ଅଧିବାସୀ ଙ୍କ ମୁହଁରେ ହସ ଫୁଟିବ ବୋଲି ଆଶା କରାଯାଉଛି l କୋରାପୁଟ ଜ଼ିଲ୍ଲାର ବିଭିନ୍ନ ବନ୍ୟଜାତ ଦ୍ରବ୍ୟ ବାହାରକୁ ସୁବିଧାରେ ରେ ଯାଇପାରିବ ତା ସହିତ ଉଚିତ ମୂଲ୍ୟ ମିଳିପାରିବ ବୋଲି କୋରାପୁଟ ବାସୀ ଆଶା ପୋଷଣ କରିଛନ୍ତି l ରେଳ ଷ୍ଟେସନ ଅତ୍ୟାଧୁନିକ ପ୍ରବେଶ ଗେଟ, ଗେମ ଜୋନ, ବସିବା ସ୍ଥାନ ଭଳି ଶପିଙ୍ଗ ମହଲ ରହିବ l

ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ପୁରସ୍କାର ଗୋବର୍ଧନ ପନିକା, କୋରାପୁଟ ବିଧାୟକ ଙ୍କ ସମେତ ଅନ୍ୟାନ ଅତିଥି ମାନେ ଉପସ୍ଥିତ ଥିଲେ l ସକାଳୁ ଦିଲ୍ଲୀ ଓ ଭୁବନେଶ୍ୱର ପାଇଁ 2 ଟି ଟ୍ରେନ ଯୋଗାଇ ଦେବା ପାଇଁ ଉପସ୍ଥିତ ଥିବା ଅତିଥି ମାନେ ଦାବି କରିଥିଲେ lବିଭିନ୍ନ ବିଷୟ କୁ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା l ପ୍ରତିଯୋଗିତା ରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l କୋରାପୁଟ ଜ଼ିଲ୍ଲାର କୋରାପୁଟ ଓ ଜୟପୁର ରେଳ ଷ୍ଟେସନ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଛି l ପ୍ରଧାନମନ୍ତ୍ରୀ ଙ୍କ ଏହି ଭଳି ଯୁଗାନ୍ତକାରୀ ପଦକ୍ଷେପ କୁ କୋରାପୁଟ ବାସିନ୍ଦା ସ୍ୱାଗତ କରିଛନ୍

Leave A Reply

Your email address will not be published.