ସାଲେପୁର ପାଇଲା ଏନ ଏ ସିର ମାନ୍ୟତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଲେପୁର ପାଇଲା ଏନ ଏ ସି ର ମାନ୍ୟତା । ଦୀର୍ଘ ଦିନଧରି ହୋଇ ଆସୁଥିବା ସାଲେପୁର ଅଞ୍ଚଳ ବାସୀ ଙ୍କ ଦାବୀ ପୂରଣ ହୋଇଛି ସାଲେପୁରକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି l ସାଲେପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l

ସାଲେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ ଏ ସି) ଘୋଷଣାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମେତ ଫାଇଫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ,ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଓ ସାଲେପୁର ର ଯୁବ ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଅଞ୍ଚଳବାସୀ ବୁଦ୍ଧିଜିବୀ ମାନେ କୃତଜ୍ଞତା ଜଣାଇଛନ୍ତି ।ଗତ କିଛି ମାସ ତଳେ ଫାଇଫ ଟି ଅଧକ୍ଷ ଭିକେ ପାଣ୍ଡିଆନ ସାଲେପୁର ଗ୍ରସ୍ତରେ ଆସି ସାଲେପୁରକୁ ଏନ ଏ ସି ଘୋଷଣା କରାଯିବାକୁ ନେଇ ଖୁବ୍ ଶୀଘ୍ର ଭଲ ଖବର ପାଇବେ ବୋଲି କହି ଥିଲେ ।

ଆଜି ତାହା ସମ୍ପୂର୍ଣ ହୋଇଛି । ଏହି ପରିପ୍ରେକ୍ଷୀରେ ସାଲେପୁରର ଅଞ୍ଚଳ ବାସୀ ମାନେ ବିଧାୟକ ଙ୍କୁ ଶୋଭାଯାତ୍ରାରେ ସାଲେପୁର ବଜାର ପରିକ୍ରମା କରାଇଥିଲେ l ଶ୍ରୀ ବେହେରା ବଜାର ମଧ୍ୟରେ ଥିବା ବିଜୁ ବାବୁ ଏବଂ ମଧୁ ବାବୁ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏନେଇ ସାଲେପୁର ରେ ଉତ୍ସବର ମାହୋଲ ଖେଳି ଯାଇଛି ।

Leave A Reply

Your email address will not be published.