କୋରାପୁଟ ଜିଲ୍ଲା ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ | କୋରାପୁଟ ସ୍ଥାନୀୟ ଆଦିବାସୀ ସଂଗ୍ରାହଳୟ ସଭାଗୃହ ଠାରେ କୋରାପୁଟ ଜିଲ୍ଲା ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସର ଅନେକ ନେତା ଏବଂ କର୍ମୀ ମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ପୂର୍ବତନ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭଗବାନ ମୁଦୁଲିଙ୍କ ସହ ବିଜେଡି ଓ କଂଗ୍ରେସର ଅନେକ ନେତା ବିଜେପିରେ ସାମିଲ ହୋଇଛନ୍ତି।କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଉପସ୍ଥିତ ରହି ଯୋଗଦେଇଥିବା ବ୍ୟକ୍ତି ମାନଙ୍କୁ ବିଜେପିର ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ ।ଏହି ମିଶ୍ରଣ ଦ୍ବାରା ଜିଲ୍ଲାରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି। ମିଶ୍ରଣ ପର୍ବରେ ବିଜେପି ନେତା କାଳୀରାମ ମାଝୀ,ପୂର୍ଣ୍ଣିମା ନାୟକ,ବିଜୟ କୁମାର ମିଶ୍ର,ଜୟରାମ ଗରଡା,ରଘୁରାମ ମାଛ,ସିଦ୍ଧାର୍ଥ ମୁଦୁଲି,ଚନ୍ଦ୍ରଶେଖର ରଥ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ ଅନୁଭବ କରିଥିବା କହିଛନ୍ତି।ଯଦି ବିଜେପି ସରକାର ଗଠନ କରେ ତେବେ ସେ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ସବୁ କିଛି ଦଳର ନିଷ୍ପତ୍ତି ଉପରେ ନିର୍ଭର କରେ । ଭଗବାନ ଚାହିଁଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.