ବିଜେପି ପକ୍ଷରୁ କୋରାପୁଟ ଲୋକ ସଭା ନିର୍ବାଚନ ପରିଚାଳନା କମିଟି ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ କୋରାପୁଟ ସହରସ୍ତିତ ହୋଟେଲ ଆଲିସାନ ପରିସରରେ କୋରାପୁଟ ଲୋକସଭା ନିର୍ବାଚନ ପରିଚାଳନା କମିଟିର ବୈଠକ ଅନଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଂଗଠକ ମାନସ କୁମାର ମାହାନ୍ତି ଉପସ୍ଥିତ।

ସମ୍ମାନୀତ ଅତିଥି ରୂପେ ଛତିଶଗଡ ରାଜ୍ୟର କଣ୍ଡାଗାଁ ବିଜେପି ବିଧାୟିକା ତଥା ଜାତୀୟ ସ୍ତରର ବିଜେପି ଉପ ସଭାପତି ଲତା ଉସେଣ୍ଡି ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କୋରାପୁଟ ଲୋକସଭା ପ୍ରଭାରୀ ଗୋବିନ୍ଦ ଜୈନ୍, ଲୋକସଭା ସଂଯାଯୋକ ତ୍ରିନାଥ ପଣ୍ଡା, ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ, ଲୋକସଭା ପ୍ରାର୍ଥୀ କାଳୀ ରାମ ମାଝୀ, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କୋରାପୁଟ ଏବଂ ରାୟଗଡା ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ମଣ୍ଡଳ ପ୍ରଭାରୀ, ଜିଲ୍ଲା ପଦାଧିକାରୀ ଙ୍କ ଉପସ୍ଥିତି ରେ ମଣ୍ଡଳ କମିଟି, ଶକ୍ତି କେନ୍ଦ୍ର ର ତ୍ରିଦେବ କମିଟି,ବୁଥ୍ କମିଟି, ବୁଥ୍ ର ସତ୍ୟାପନ,ଲାଭାର୍ତି କାର୍ଯ୍ୟକ୍ରମ, ବୁଥ ବିଜୟୀ, ବିଧାନ ସଭା ସଞ୍ଚାଳନ କମିଟି ଏବଂ ମଣ୍ଡଳ ସ୍ତରୀୟ ସଞ୍ଚାଳନ କମିଟି କାର୍ଯ୍ୟ ସମ୍ପୂର୍ଣ ହୋଇଛି ନା ନାହିଁ, ଏହାକୁ ନେଇ ଆଜି କୋରାପୁଟ ଲୋକସଭା ର ଦୁଇ ଗୋଟି ଜିଲ୍ଲା କୋରାପୁଟ ଏବଂ ରାୟଗଡା ଜିଲ୍ଲାର ଜିଲ୍ଲା ପଦାଧିକାରୀଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା।

ଆସନ୍ତା ସାଧାରଣ ନିର୍ବାଚନ ରେ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ଓ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମାନେ କିଭଳୀ ଭାବେ ବିଜୟୀ ଲାଭ କରିବେ ଏହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। କୋରାପୁଟ ଲୋକସଭା ପାଇଁ କୋରାପୁଟ ଜିଲ୍ଲାର ୨୭ଗୋଟି ମଣ୍ଡଳ ଏବଂ ରାୟଗଡା ଜିଲ୍ଲାର ୨୫ଗୋଟି ମଣ୍ଡଳ ସଭାପତିଙ୍କୁ ବହୁତ ବଡ଼ ଗୁରୁଦାୟିତ୍ଵ ଦିଆଯାଇଥିବା ଜଣା ପଡ଼ିଛି। କାର୍ଯ୍ୟକ୍ରମ ଶେଷରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ପର୍ବ ରେ ଜିଲ୍ଲାର ବୈପାରିଗୁଡ଼ା, ଲମତାପୁଟ,କୋରାପୁଟ ବ୍ଲକ ର ଅନେକ କଂଗ୍ରେସ ଓ ବିଜେଡ଼ି କର୍ମୀ ମାନେ ବିଜେପି ରେ ସାମିଲ୍ ହୋଇଥିଲେ। ବିଜେପି ର ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ନୁତନ ଭାବେ ଯୋଗଦେଇଥିବା କର୍ମୀ ମାନଙ୍କୁ ଉତ୍ତୋରୀୟ ଦେଇ ସ୍ବାଗତ କରାଯାଇଥିଲା।

Leave A Reply

Your email address will not be published.