ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ନିଜର ବିବାହ ପୂର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଆସିଥିଲେ । ଭୁବନେଶ୍ୱର ବିମାନବନ୍ଦରରୁ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଅନନ୍ତ ଅମ୍ବାନୀ ।

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ୨ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏହି ଦାନ ରାଶି ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ, ଅନନ୍ତ ଅମ୍ବାନୀ ମଙ୍ଗଳବାର ରାତି 10ଟା 30ରେ ପୁରୀରେ ପହଞ୍ଚିଥିଲେ । ପରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡା ଅନନ୍ତଙ୍କୁ ସ୍ଵାଗତ କରି ଶ୍ରୀମନ୍ଦିରକୁ ପାଛେଟି ନେଇଥିଲେ ।

ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଅନନ୍ତ । ପରେ କାଳିଆ ଠାକୁରକୁ ଦର୍ଶନ କରି ବେଶ୍ ଭାବ ବିହ୍ଵଳିତ ହୋଇଥିଲେ ।ମହାପ୍ରଭୁଙ୍କ ଚନ୍ଦନ ଲାଗି ବେଶ ଦର୍ଶନ କରିଥଲେ ଅନନ୍ତ ଅମ୍ବାନୀ ଏବଂ ଶ୍ରୀମନ୍ଦିରର ପରମ୍ପରା, ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ପଚାରି ବୁଝିଥିଲେ । ଶ୍ରୀଜିଉଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ ସେ ଫେରିଥିଲେ । ସେ ଦୀର୍ଘ 2 ଘଣ୍ଟା ସମୟ ଅତିବାହିତ କରିଥିଲେ ।

Leave A Reply

Your email address will not be published.