ଯାତ୍ରା ଦେଖି ଘରକୁ ଫେରୁଥିଲେ ବୃଦ୍ଧଙ୍କୁ ଆକ୍ରମଣ କଲା ହାତୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯାତ୍ରା ଦେଖି ଘରୁକୁ ଫେରୁଥିଲେ।  ସ୍ଥାନୀୟ ଗୁରୁଡ଼ିଝାଟିଆ କାଣ୍ଡମୁଗୁରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାତ୍ରା‌ ଦେଖି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦେଖି ଦନ୍ତା ଦଳି ଦେଇଥିଲା।

କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କାଣ୍ଡମୁଗୁରୀ ଗାଁରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ଗମିଆ ହନାଗା।ଗତକାଲି ରାତିରେ ଗମିଆ ରାଧାଦାମୋଦରପୁରରୁ ଯାତ୍ରୀ ଦେଖି ଘରକୁ ଫେରୁଥିଲେ। ମତ୍ସ୍ୟପୁର ଫାର୍ମ ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।

ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଖୁଣ୍ଟୁଣୀ ପୁଲିସ ଏବଂ ବନବିଭାଗ ଟିମ୍ ପହଞ୍ଚିଛନ୍ତି। ତଦନ୍ତ ଜାରି ରହିଛି। ତାଙ୍କ ନାମ ଟୁବୁର ହନକା। ତାଙ୍କ ବୟସ ୬୫ ବର୍ଷ। ସେ କଣ୍ଟାବନ୍ଧ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ।

Leave A Reply

Your email address will not be published.