୧ ଲକ୍ଷ ୨୦ ହଜାର ଲାଞ୍ଚ ନେଇ ଗିରଫ ହେଲେ କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗିରଫ ହେଲେ ଅତିରିକ୍ତ ତହସିଲଦାର ସାରଦା ମହାରଣା । କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା। ଗତ କାଲି ୧ ଲକ୍ଷ ୨୦ ହଜାର ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ଏହା ପରେ ତିନୋଟି ସ୍ଥାନରେ ଆୟ ବର୍ହିଭୁତ ଯାଞ୍ଚ କରିଥିଲା ଭିଜିଲାନ୍ସ । ସାରଦାଙ୍କର ରହିଛି ତିନୋଟି ପ୍ଲଟ। କଟକ ନିଆଳିରେ ଅଛି ଦୁଇଟି ପ୍ଲଟ। ୪୬ ଲକ୍ଷ ଟଙ୍କାର ସରକାରୀ ଦଲିଲ ଥିବା ଏଥିରୁ ଏକ ପ୍ଲଟ। ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ରହିଛି ଏକ ପ୍ଲଟ। ଲାଞ୍ଚ ଟଙ୍କା ସହ ମୋଟ ୪ ଲକ୍ଷ ୨୩ ହଜାର ୬୧୦ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ୧୨ ଲକ୍ଷ ୯୩ ହଜାର ଟଙ୍କାର ବ୍ୟାଙ୍କ ଜମା ଓ ଇନ୍ସୁରାନ୍ସ ଜମା ରହିଛି। ୬ ଲକ୍ଷ ୪୦ ହଜାର ଟଙ୍କାର ସ୍ୱିଫ୍ଟ କାର ରହିଛି। ୨୦୧୨ ରେ ଆରଆଇ ଭାବେ ଯୋଗ ଦେଇଥିଲେ ସାରଦା। ୨୦୧୯ ରେ ଓଡିଶା ରାଜସ୍ୱ ସେବାରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.