୧୦ ଲକ୍ଷେ ପର୍ଯ୍ୟନ୍ତ ମିଶନଶକ୍ତି ଋଣର ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶତକଡ଼ା ଜିରୋ ପ୍ରତିଶତ ସୁଧରେ ୧୦ ଲକ୍ଷେ ପର୍ଯ୍ୟନ୍ତ ମିଶନଶକ୍ତି ଋଣର ଶୁଭାରମ୍ଭ। ସୂଚନା ଅନୁସାରେ ଆଜି ଦିନ ବାରଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ମିଶନଶକ୍ତି ମହିଳା ମାନଙ୍କୁ ଅଧିକ ସ୍ବାବଲମ୍ବୀ କରିବାକୁ ବିନା ସୁଧରେ ୧୦ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ମିଶନଶକ୍ତି ରୁଣ ର ଶୁଭାରମ୍ଭ କରିଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ଓଡିଶା ର ମହିଳା ମାନେ ନେଇଥିବା ରୁଣ ର ସୁଧ ମଧ୍ଯ ଫେରିଛନ୍ତି।ଏହି ଅବସରରେ ଜଳେଶ୍ଵର ବ୍ଲକ ଶିଖରପୁର ପଡିଆରେ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର, ଜିଲ୍ଲାପରିଷଦ ଉପାଧ୍ଯଖ୍ଯା ଅନୁସୟା ପ୍ରଧାନ, ବ୍ଲକ ଚେୟାରମେନ ମାନସ କୁମାର ଜେନା, ଉପାଧ୍ଯଖ୍ଯା ସଞ୍ଚିତା ସେନାପତି, ସିଡିପିଓ ଚମ୍ପା ବତୀ ମୁର୍ମୁ, ଓଏଲ ଏମ ମଧୁସ୍ମିତା ଦାସ, ବିଡ଼ିଓ ପୁନମ ରାଉତ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ମନ୍ତ୍ରୀ ଶ୍ରୀ ପାତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ସ୍ବପ୍ନ କୁ ସାକାର କରିବାରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଚେଷ୍ଟା ଜାରି ରଖିଥିବା ବେଳେ ମହିଳା ମାନଙ୍କୁ ଆଗକୁ ଆଗେଇ ନେବାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିବା କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ, ସିଆରପି,ଏମବିକେ ଙ୍କ ସହ ଶତାଧିକ ଏସ ଏସ ଜି ଗୃପ ମହିଳା ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।ଇସଲାମିଆ ଏସ ଏଚ ଜି, ସାଇନାଥ,ଖାଲିନା, ଜଗନ୍ନାଥ ଖୁଲୁଡା, ମହାଲକ୍ଷ୍ମୀ ରାଜପୁର,ଗୈ।ଅନିତାଇ, ଶିଖରପୁର, ସାରଥୀ ଖୁଆଡ,ମା ଭଗବତୀ ଗଡସାହି ବାଲିଆପାଳ,କୃପାଜଳ ସୁଗୋ, ଶ୍ରୀରାମ ଗୋବରଘାଟା, ମାତାରିଣୀ ଚମାରଗାଁ, ତପୋବନ ଆର ଆରପୁର, ମା ଭଗବତୀ ୩ ନମ୍ବର, ମାଶୀତଳା ଲଖ୍ମଣନାଥ, ମା ଅମ୍ବିକା ପାଞ୍ଚ ନମ୍ବର ଓ୍ବାଡ, କୋଡ଼ିଏ ଜଣ ଏସ ଏଚ ଜି କୁ ଡମି ଚେକ ପ୍ରଦାନ କରିଥିଲେ।

Leave A Reply

Your email address will not be published.