ବିଶ୍ୱ ବିଖ୍ୟାତ ଐତିହାସିକ ଓ ସାହିତ୍ୟକ ମନ୍ମଥ -ମନୋଜଙ୍କ ସ୍ମାରକୀ ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଉଦଘାଟିତ ହୋଇଛି ମୁଖ୍ଯମନ୍ତ୍ରୀ ଙ୍କ ସ୍ବପ୍ନର ପ୍ରକଳ୍ପ ବିଶ୍ୱ ବିଖ୍ୟାତ ଐତିହାସିକ ଓ ସାହିତ୍ୟକ ମନ୍ମଥ -ମନୋଜଙ୍କ ସ୍ମାରକୀ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି | ମନୋଜ ଦାସ ଙ୍କ ଦେହାନ୍ତ ପରେ 2021ମସିହା ରେ ଓଡିଶା ସରକାରଙ୍କ ପକ୍ଷରୁ 16 କୋଟି ଟଙ୍କା ବ୍ୟୟରେ ଏହି ଐତିହ୍ୟ ସ୍ମାରକୀ ପୀଠ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା |

2021 ମସିହା ଏପ୍ରିଲ 27 ତାରିଖ ରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର, ପଦ୍ମଭୂଷଣ ଡକ୍ଟର ମନୋଜ ଦାସଙ୍କ ପୁଡୁଚେରି ରେ ଦେହାନ୍ତ ପରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଶଙ୍ଖାରି ସ୍ଥିତ ତାଙ୍କ ପୈତୃକ ବାସ ଭବନକୁ ଐତିହ୍ୟ ସ୍ମାରକୀରେ ପରିଣତ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ | ଏନେଇ ଶଙ୍ଖାରି ସ୍ଥିତ 3.55 ଏକର ଜାଗା ସମେତ ପୈତୃକ ବାସଭବନକୁ ପୁତ୍ରବଧୂ ଡକ୍ଟର ରଞ୍ଜିତା ଦାସ ରାଜ୍ଯ ସରକାରଙ୍କୁ ହସ୍ତାନ୍ତର କରିଥିଲେ | ପରେ ଇଣ୍ଟାକ ଓ ପୂର୍ତ୍ତ ବିଭାଗ କାର୍ଯ୍ୟଭାର ନେବା ପରେ ଆରମ୍ଭ ହୋଇଥିଲା ଉନ୍ନୟନ ମୂଳକ କାର୍ଯ୍ୟ, ବଡ଼ଭାଇ ଐତିହାସିକ ଡକ୍ଟର ମନ୍ମଥ ନାଥ ଦାସ ଏବଂ ଅନୁଜ ସାହିତ୍ୟିକ ମନୋଜ ଦାସଙ୍କ ବିଭିନ୍ନ ବ୍ୟବହୃତ ସାମଗ୍ରୀ ସହିତ ସେମାନ ସାରସ୍ବତ କୃତିକୁ ଏଠାରେ ସାଇତି ରଖାଯାଇଛି | ଏହାଛଡ଼ା ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ଫଟୋ ଚିତ୍ର ମଧ୍ୟ ଲଗା ଯାଇଛି |

ପୈତୃକ ବାସ ଭବନର ପୁନରୁଦ୍ଧାର ସହିତ ଦୁଇ ବରପୁତ୍ରଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ଓ ମହମ ପ୍ରତିମୂର୍ତି ନିର୍ମାଣ ହୋଇଛି | ଦୁଇ ମହଲା ଧ୍ୟାନ ମଣ୍ଡପ, ମୁକ୍ତାକାଶ ରଙ୍ଗମଞ୍ଚ, ପୋଖରୀର ପୁନରୁଦ୍ଧାର ଆଦି ଅନେକ ଆକର୍ଷଣୀୟ କାରୁକାର୍ଯ୍ୟ ହୋଇଛି | ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଫୁଲଫଳ ଗଛ, ଘାସ ଗାଲିଚା ବିଛାଇ ବେଶ ଆକର୍ଷଣୀୟ କରାଯାଇଛି | ଗବେଷକ ଓ ଲେଖକଙ୍କ ସହିତ ପର୍ଯ୍ୟଟକ ମାନେ ମଧ୍ୟ ଏଠାକୁ ଆସି ଏହାର ସୌନ୍ଦର୍ଯ୍ଯ କୁ ଉପଭୋଗ କରିବା ସହିତ ଦୁଇ ବରପୂତ୍ରଙ୍କ ବିଷୟରେ ଜାଣି ପାରିବେ,ମୁଖ୍ଯମନ୍ତ୍ରୀ ଙ୍କ ଏଭଳି ପଦକ୍ଷେପ ପାଂଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନୋଜ ମନ୍ମଥଙ୍କ ଶୁଭେଚ୍ଛା  |

Leave A Reply

Your email address will not be published.