ମୁକ୍ତିଲାଭ ଅପେକ୍ଷାରେ ଶିବାଜୀ ସରସ୍ଵତୀ ମ୍ୟୁଜିକର ଦୁଇ ଆଲବମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୁକ୍ତିଲାଭ ଅପେକ୍ଷାରେ ଶିବାଜୀ ସରସ୍ଵତୀ ମ୍ୟୁଜିକର ଦୁଇ ଆଲବମ | ପ୍ରଡ୍ୟୁସର ଅସିତ୍ ଦାସ ଓ ନିରଞ୍ଜନ ଦାସଙ୍କ ଦୁଇ ଆଲବମ।  ଆସନ୍ତା ମହାଶିବରାତ୍ରୀ ଓ ହୋଲି ଉପଲକ୍ଷେ ବାସୁଦେବପୁର ରେ ଯୁବ ଓ କୁନି କୁନି କଳାକାର ମାନଙ୍କର ଅଭିନୟକୁ ନେଇ ମୁକ୍ତି ଲାଭ କରିବାକୁ ଯାଉଛି ଶିବାଜୀ ସରସ୍ଵତୀ ମ୍ୟୁଜିକ୍ ର ଦୁଇ ଆଲବମ ପ୍ରେମ ଗାଁ ର ପାଠ ଶାଳ। ଓ ସାଧବ ରାଇଜେ ସାଧବ ରାଜା।

ପ୍ରେମ ଗାଁ ର ପାଠ ଶାଳ। ଆଲବମ ରେ କଣ୍ଠ ଦାନ ଏସ ସିତୁ ଓ ଶୀତଲ କବି, ସଙ୍ଗୀତ ନିର୍ଦ୍ଦେଶନା ପିନ୍ତୁ ଦାସ ଦେଇଥିବା ବେଳେ ଗୀତ ଟିକୁ ଲେଖି ଛନ୍ତି ଅରୁଣ ସାହୁ। ପ୍ରଡ୍ୟୁସର ଅସିତ୍ ଦାସ ଓ ନିର୍ଦ୍ଦେଶକ ଶିବାଜୀ ଦାସ ଙ୍କ ଏହି ଆଲବମ ରେ କୋରିୟଗ୍ରଫର୍ ରବି ସାର୍ ଥିବା ବେଳେ ଅଭିନୟ ରେ ଲକି, ଲକ୍ଷ୍ମୀ ପ୍ରିୟା, ପ୍ରୀତି, ସଂଯୁକ୍ତା, ଲିଯା ରାଣୀ, ଅଭିଲିପସା, ଜ୍ୟୋତ୍ସ୍ନା, ବଳରାମ ଅଛନ୍ତି। ସେହିପରି ସାଧବ ରାଇଜେ ସାଧବ ପୁଅ ରେ କଣ୍ଠ ଶିଳ୍ପୀ ଏସ ସୀତୁ ଓ ଯ୍ୟୋତ୍ରିମୟ, ସଙ୍ଗୀତ ନିର୍ଦ୍ଦେଶନା ପିଣ୍ଟୁ ଦାସ ଦେଇଥିବା ବେଳେ ଗୀତ ଟିକୁ ଲେଖି ଛନ୍ତି ଅରୁଣ ସାହୁ। ପ୍ରଦ୍ୟୁଷର ନିରଞ୍ଜନ ଦାସ ଓ ନିର୍ଦ୍ଦେଶକ ଶିବାଜୀ ଦାସ ଙ୍କ ଏହି ଆଲବମ ରେ କୋରୀୟ ଗ୍ରଫର ରବି ସାର୍ ଦେଇଛନ୍ତି।

ଏଥିରେ ଶିବାଜୀ ଦାସ, ଶୁଭଶ୍ରୀ ଦଳାଇ ଅଭିନୟ କରିଛନ୍ତି। କୁନି କଳାକାର କ୍ରୀଷ୍ଣା ମହାକୁଡ ଓ ସମ୍ପୂନା ମହାନ୍ତି ଅଭିନୟ କରିଛନ୍ତି। ଉଭୟ ଗୀତ ରେ ଏଡିଟିଙ୍ଗ ସୁବ୍ରତ ମହନି କରିଥିବା ବେଳେ ଉଭୟ ଗୀତ ଶିବାଜୀ ସରସ୍ଵତୀ ମ୍ୟୁଜୀକ ରେ ମୁକ୍ତି ଲାଭ କରିବାକୁ ଯାଉଛି ଆସନ୍ତା ଶିବରାତ୍ରୀ ଓ ହୋଲି ରେ। ବାସୁଦେବପୁର ବ୍ଲକ ର ସମସ୍ତ ଯୁବ ଓ କୁନି କୁନି କଳାକାର ମାନେ ଏଥିରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.