ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରାସାହି ନିକଟରୁ ଚୋରା ଲୁହା ପଥର ବୋଝେଇ ଟ୍ରକ ସହ କାର ଜବତ, ୨ ଗିରଫ | କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଲୁହାପଥର ଚୋରା ଚାଲାଣ ଅଭିଯୋଗରେ ୨ ଜଣକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ସୂଚନାନୁସାରେ ମଙ୍ଗଳବାର ରାତିରେ ଏକ ଟ୍ରକରେ ଲୁହାପଥର ଚୋରା ଚାଲାଣ ହେଉଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇ ବଡବିଲ ପୋଲିସ ସ୍ଥାନୀୟ ଭଦ୍ରାସାହି ନିକଟରେ ଅତର୍କିତ ଚଢ଼ାଉ କରିଥିଲା। ଚୋରା ଲୁହାପଥର ବୋଝେଇ ଟ୍ରକ ସହ ଏହି ଟ୍ରକକୁ ଏସ୍କର୍ଟ କରି ନେଉଥିବା ଏକ କାରକୁ ଅଟକାଇ ଯାଞ୍ଚ ତଥା ପଚରାଉଚରା କରିବାରୁ ଏହା ଚୋରା ଚାଲାଣ ହେଉଥିବା ଜାଣିବାକୁ ପୋଲିସ।
ଏନେଇ ଟ୍ରକର ଚାଳକ ମଧ୍ୟପ୍ରଦେଶର ବିଶ୍ଵନାଥ ସିଂ ଓ କାରରେ ଏସ୍କୋର୍ଟ କରୁଥିବା ବ୍ୟକ୍ତି ଯୋଡା ଅଞ୍ଚଳର ସନ୍ତୋଷ ପରିଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସନ୍ତୋଷ ନିଜକୁ ଟ୍ରାନ୍ସପୋର୍ଟର ପରିଚୟ ଦେଇ ଲୁହାପଥର ରାଜ୍ୟ ବାହାରକୁ ଚାଲାଣ ପାଇଁ ଚକ୍ରାନ୍ତ ଚଳାଇ ଥିଲା। ଅନ୍ୟ ପକ୍ଷରେ ପୋଲିସ୍ ଉଭୟ କାର ଓ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ବଡବିଲ ଥାନା ଆଇଆଇସି ଶ୍ରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି