କରଞ୍ଜିଆ ନୂଆ ବସ୍ ଷ୍ଟାଣ୍ଡ ନିକଟରେ କାର ଦୁର୍ଘଟଣା ଜଣେ ଆହତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆ ନୂଆ ବସ୍ ଷ୍ଟାଣ୍ଡ ନିକଟରେ କାର ଦୁର୍ଘଟଣା ଜଣେ ଆହତ | ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ କାର ଚାଳକ ଆହତ ହୋଇଛନ୍ତି | ତେବେ ଏପରି ଘଟଣା ଘଟିଛି କରଞ୍ଜିଆ ନୂଆ ବଷ୍ଟାଣ୍ଡ ନିକଟରେ |

ସୂଚନା ଅନୁସାରେ, ଆଜି ପ୍ରାୟ ରାତି ୯ଘଟିକା ସମୟରେ କେନ୍ଧୁଝର ରୁ ୩ଜଣ କେମେରା ମେନ କରଞ୍ଜିଆ ଏକ ବାହାଘର କୁ କାର ଯାହାର ନମ୍ବର OD02E3493 ଜଗେ ଆସୁଥିବା ବେଳେ ବର୍ଷା ହେବା ହେତୁ କରଞ୍ଜିଆ ନୂଆ ବଷ୍ଟାଣ୍ଡ ନିକଟରେ ଡିଭାଇଡର ଥିବା ଜାଣିପାରି ନଥିଲେ ଯାହା ଫଳରେ କାର ଟି ଡିଭାଇଡର ରେ ଧକ୍କା ହୋଇଥିଲା | ଧକ୍କା ଏତେ ଜୋର ରେ ହୋଇଥିଲା ଯେ ସାମ୍ନା ଟି ସମ୍ପୂର୍ଣ ଭାଙ୍ଗି ଯାଇଥିଲା |ସଙ୍ଗେସଙ୍ଗେ ସ୍ଥାନୀୟ ଲୋକମାନେ ଆହତ ଯୁବକଙ୍କୁ ବାଇକ ଜଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ ଏବଂ କରଞ୍ଜିଆ ଥାନାକୁ ଜଣେଇଥିଲେ ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ପହଁଚି କାର ଜବତ କରି କରଞ୍ଜିଆ ଥାନା କୁ ଆଣି ଏଦିଗରେ ଅଧିକ ତଦନ୍ତ କରୁଛି |

ତେବେ ଏହି ସ୍ଥାନ କରଞ୍ଜିଆ ଗୋଲେଇ ଏବଂ ମହାବୀର ଛକ ନିକଟରେ ଡିଭାଇଡ଼ର ରହିଛି ହେଲେ କୌଣସି ପ୍ରକାର ସିଗନାଲ ନଥିବାରୁ ବାହାରୁ ଆସୁଥିବା ଲୋକ ମାନେ ଜାଣି ପାରନ୍ତି ନାହିଁ ଯାହା ଫଳରେ ଏହି ସ୍ଥାନ ମାନଙ୍କରେ ବାରମ୍ବାର ଦୃଘଟଣା ଘଟି କେତେବେଳେ ମୂଲ୍ୟବାନ ଜୀବନ ଯାଉଛି ତ କେତେବେଳେ ଗୁରୁତର ହୋଉଥିବା ଜଣାପଡିଛି | ତେଣୁ ଯଥାଶୀଘ୍ର ଏହି ସ୍ଥାନ ମାନଙ୍କରେ ସିଗନାଲର ବ୍ୟବସ୍ତା କରିବାକୁ ସର୍ବସାଧାରଣ ରେ ଦାବୀ କରିଛନ୍ତି | ତେବେ ଏହି ସ୍ଥାନ ମାନଙ୍କରେ କେବେ ସିଗନାଲ ଲାଗୁଛି ନା ଏହି ଭଳି ଦୃଘଟଣା ହୋଉଥିବ ତାହା ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.