ରାଇରଙ୍ଗପୁର ସହରରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ସହରରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ | ରାଇରଙ୍ଗପୁରରେ ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆମ ଓଡିଶା ଓ ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଜୟ ଜଗନ୍ନାଥ ଅର୍ପଣ ରଥକୁ ରାଇରଙ୍ଗପୁର ପୌରପାଳିକା ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ ଓ ମୋରଡା ବିଧାୟକ ଶ୍ରୀ ରାଜକିଶୋର ପଟ୍ଟନାୟକ ମହାପ୍ରଭୁ ଙ୍କୁ ଅରୁଆ ଚାଉଳ ଓ ଗୁଆ ଅର୍ପଣ ପୂର୍ବକ ସଂକୀର୍ତନ ସହ ଜୟ ଜଗନ୍ନାଥ ଧ୍ୱନି ରେ ଅର୍ପଣ ରଥ ର ଶୁଭାରମ୍ଭ କରିଥିଲେ |

ଜଗନ୍ନାଥ ସଂସ୍କୃତି ର ପ୍ରଚାର, ପ୍ରସାର, ସଂରକ୍ଷଣ ନିମନ୍ତେ ଓ ସମସ୍ତ ଜନସାଧାରଣ ଙ୍କୁ ଏହି ପବିତ୍ର ମହାନ ସଂସ୍କୃତି ସହିତ ସାମିଲ କରିବା ଉଦେଶ୍ୟ ରେ ରାଇରଙ୍ଗପୁର ଅଂଚଳ ର ସମସ୍ତ ୧୫ଟି ୱାର୍ଡ ରେ ଉକ୍ତ ରଥ ପରିକ୍ରମା କରି ସଂକୀର୍ତନ ମଣ୍ଡଳୀ ସହିତ ଘରକୁ ଘର ବୁଲି ପ୍ରତ୍ୟେକ ଗୃହରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ | ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ସମାପନ ହୋଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ରେ ଏକତ୍ରିତ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ କାର୍ଯ୍ୟକ୍ରମ ଉପଲକ୍ଷେ ମହାପ୍ରଭୁ ଙ୍କୁ ଅର୍ପଣ ପାଇଁ ପୁରୀ ଶ୍ରୀମନ୍ଦିର କୁ ପ୍ରେରଣ କରାଯିବା ପାଇଁ ବ୍ୟବସ୍ଥା କରାଯିବ |

ଆଜିର ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମେତ ପୌର ପାଳିକା ର ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ, ସମସ୍ତ କାଉନସିଲର, ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ପୌର କର୍ମଚାରୀ, ସ୍ଵଚ୍ଚ ସାଥି,  ମିଶନ ଶକ୍ତି ସଦସ୍ୟା, ବିଭିନ୍ନ ପଦାଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.