କରଞ୍ଜିଆ ଠାରେ ଶ୍ରୀମନ୍ଦିର ପରିକ୍ରମା ରଥ କୁ ଶୁଭାରମ୍ଭ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆ ଠାରେ ଶ୍ରୀମନ୍ଦିର ପରିକ୍ରମା ରଥ କୁ ଶୁଭାରମ୍ଭ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ |  ଶ୍ରୀମନ୍ଦିର ପାରିକ୍ରମା ଉଦଘାଟନ ପାଇଁ ଆଉ କିଛି ଦିନ ବାକି ଥିବାବେଳେ ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ର ଶୁଭାରମ୍ଭ ହୋଇଯାଇଛି ।କରଞ୍ଜିଆ ପଞ୍ଚାୟତ ସମିତି ସୌଜନ୍ୟରେ ଉକ୍ତ କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟର ଅଧିକାରୀ ସଭାପତିତ୍ବ ରେ ଶୁଭାରମ୍ଭ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟିକା ତଥା ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ଜଗନ୍ନାଥ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରୁଥିଲେ ଏବଂ ପତକା ଦେଖେଇବା ପରେ ରଥ ଗାଡ଼ି ଗାଡ଼ିଥିଲା ।

ଏହି ଅବସରରେ ବ୍ଲକ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ନିତ୍ୟାନନ୍ଦ ସେଠୀ ସମାଜସେବୀ ମହେଶ୍ବର ନାୟକ ,ସିପୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଏହି ରଥ ପ୍ରଥମେ କରଞ୍ଜିଆ ସହର ରେ ପରିକ୍ରମା କରିବା ପରେ ୧୫ ଟି ପଞ୍ଚାୟତର ବିଭିନ୍ନ ଗାଁ ପରିକ୍ରମା କରି ପ୍ରତ୍ୟେକ ଘରୁ ଗୁଆ ଓ ଚାଉଳ ସମର୍ପଣ ସଂଗ୍ରହ କରିବା ର କାର୍ଯ୍ୟକ୍ରମ ବାବଦରେ ଶ୍ରୀଯୁକ୍ତ ସୁତାର ସୂଚନା ଦେଇଛନ୍ତି ।ନାମ ,ସଙ୍କୀର୍ତ୍ତନ ମଧ୍ୟରେ ପରିକ୍ରମା ରଥର ଶୁଭାରମ୍ଭ ହେଇଛି । ଆଜିଠାରୁ ଆରମ୍ଭ ହେଇ କରଞ୍ଜିଆ ବ୍ଲକ ରେ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି।

କରଞ୍ଜିଆ ବ୍ଲକ ରେ ୧୫ ଟି ଗ୍ରାମ ପଞ୍ଚାୟତ ରେ ୧୫୪ ଗାଁରେ ଭ୍ରମଣ କରିବ ପରିକ୍ରମା ରଥ ।ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକ ଅଧିକାରୀ ଶ୍ରୀଯୁକ୍ତ ସୁତାର ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ତେବେ ଏହି ପରିକ୍ରମା ରଥ ଶୁଭାରମ୍ଭବ ବେଳେ ବହୁ ସଂଖ୍ୟା ର ରେ ମିଶନଶକ୍ତି ସଦସ୍ୟା, ସ୍ୱୟଂସହାୟିକା ଗଷ୍ଠୀ ସଦସ୍ୟା ଏବଂ ସମିତି ସଦସ୍ୟ ସଦସ୍ୟା ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.