ଖେଳ ପ୍ରଦର୍ଶନ କରି ହାତେଇ ନେଲା ଟ୍ରଫି ସହିତ ନଗଦ ଏକଲକ୍ଷ ଟଙ୍କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ପାଣ୍ଠ ମିନି ଷ୍ଟାଡିୟମ ଠାରେ ପାଞ୍ଚପିଢ ପ୍ରିମିୟମ ଲିଗ ୨୦୨୩ ଅତ୍ୟନ୍ତ ବଢ଼ାନ୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି । ଆୟୋଜକ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ର ସଭାପତି ଶୈଲେଶ ଦଳେଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅଥିତି ରୂପେ ଏସ ଡି ସି ମୟୁରଭଞ୍ଜ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ବିଜେଡି ରାଜ୍ୟ ସାଧରଣ ସମ୍ପାଦ ମହେଶ ଚନ୍ଦ୍ର ହେମ୍ବ୍ରମ, ଜିଲ୍ଲାପରିଷଦ ସଦସ୍ୟା ମିନତୀ ନାଏକ, ବିଜେଡି ରାଜ୍ୟ ସହସମ୍ପାଦକ ଚକ୍ରଧର ହେମ୍ବ୍ରମ, କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି, ପାଣ୍ଠ ସରପଞ୍ଚ ମିନତୀ ନାଏକ ଯୋଗଦେଇ ପ୍ରାରମ୍ଭରେ ମୁଖ୍ୟ ଅତିଥି ଫିତା କାଟି ଖେଳାଳି ଙ୍କ ସହିତ ପରିଚୟ ପରେ ମ୍ୟାଚ ଆରମ୍ଭ ହୋଇଥିଲା ଏହି ଉଦଯାପନୀ ଟୁର୍ନାମେଣ୍ଟ ମ୍ୟାଚ କରଞ୍ଜିଆ ମଣ୍ଡୁଆ ଆଜାଦ କ୍ଳବ ଏବଂ ଯଶିପୁର ସୁବ୍ରତ ଫାଇଟର ମଧ୍ୟରେ ରେ ଅନୁଷ୍ଠିତ ହୋଇଥିଲା |

ପ୍ରାରମ୍ଭ ରେ ଦୁଇ ଦଳ ମଧ୍ୟରେ ଅତି ରମାଞ୍ଚକ ଖେଳ ପ୍ରଦର୍ଶନ କରିଥିଲେ | ଏହି ରାମାଞ୍ଚକ ମ୍ୟାଚ ରେ କରଞ୍ଜିଆ ମଣ୍ଡୁଆ ଆଜାଦ କ୍ଳବ ଭଲ ଖେଳ ପ୍ରଦର୍ଶନ କରି ବିଜୟ ହୋଇ ଟ୍ରଫି ସହିତ ପୁରସ୍କାର ନଗଦ ରାଶି ଏକ ଲକ୍ଷ ଟଙ୍କା ପାଇଥିବେଳେ ଉପବିଜେତା ଦଳ ଯଶିପୁର ସୁବ୍ରତ ଫାଇଟର ଟ୍ରଫି ସହିତ ନଗଦ ରାଶି ସତୁରି ହଜାର ଟଙ୍କା ପ୍ରସ୍କୃତ ହୋଇଥିଲେ |

ତେବେ ଚଳିତ ବର୍ଷ ଟୁର୍ନାମେଣ୍ଟ ର ଦ୍ୱିତୀୟ ସଂସ୍କରଣ ରେ ବିଜେତା ଦଳ ନିମନ୍ତେ ଟ୍ରଫି ସହିତ ପୁରସ୍କାର ନଗଦ ରାଶି ଏକଲକ୍ଷ୍ୟ ଟଙ୍କା ରଖା ଯାଇଥିବା ବେଳେ ଉପବିଜେତା ଦଳ କୁ ଟ୍ରଫି ସହିତ ନଗଦ ରାଶି ସତୁରି ହଜାର ଟଙ୍କା ପୁରସ୍କାର ସହିତ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଓ ସମସ୍ତ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ନିମନ୍ତେ ଆକର୍ଷଣୀୟ ପୁରସ୍କାର ମଧ୍ୟ ରଖାଯାଇଥିଲା ବଲି ଆୟୋଜକ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ର ସଭାପତି ଶୈଲେଶ ଦଳେଇ ସୂଚନା ଦେଇଛନ୍ତି | ଏହି ଖେଳ କୁ ଉପଭୋଗ କରିବା ପାଇଁ କରଞ୍ଜିଆ ଉପଖଣ୍ଡ ଅଞ୍ଚଳର ବହୁ ପୁରୁଷ ଏବଂ ମହିଳାଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା

Leave A Reply

Your email address will not be published.