ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ନିମନ୍ତେ ନିମନ୍ତ୍ରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ନିମନ୍ତେ ନିମନ୍ତ୍ରଣ ଓ ଅକ୍ଷତ ପହଞ୍ଚିଲା ରାଷ୍ଟ୍ରପତିଙ୍କ ଜନ୍ମସ୍ଥାନରେ | ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗ୍ରାମ ଉପରବେଡାର ଆରାଧ୍ୟ ଦେବତା ବଟକେଶ୍ବର ବାବାଙ୍କ ଠାରେ ୧୪ଟି କଳସ ପୂଜାର୍ଚ୍ଚନା କରାଯାଇଥିଲା | କର୍ତ୍ତାଭାବେ ବି ଏମ ଏସ୍ ର ତ୍ରିନାଥ ମହାନ୍ତ ସସ୍ତ୍ରୀକ ଦାୟିତ୍ବ ନିଭାଇଥିଲେ |

ପୂଜକ ଭାବେ ସଂଜୟ ଷଡଙ୍ଗୀ ପୂଜାର୍ଚ୍ଚନା କରିଥିଲେ | ଏହି କାର୍ଯ୍ୟକ୍ରମ ଭାରତୀୟ ମଂଜଦୁର ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା | ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପରବେଡା ବଟକେଶ୍ବର ବାବା, ଗ୍ରାମ ଦେବତା ଜାହେରା, ସିନ୍ଦୁକେଶ୍ବରୀ ମହାଦେବ ଓ `ମା´ କମଳା – ବିମଳା ମନ୍ଦିରରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ | ପରେ ରାମଭକ୍ତଙ୍କ ଦ୍ବାରା କଳସ ଯାତ୍ରା କରି ଘରେ ଘରେ ଅକ୍ଷତ ଓ ନିମନ୍ତ୍ରଣ ଦିଆଯାଇଥିଲା |

ଏଥିରେ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ସଭାପତି ସରସ୍ବତୀ ଟୁଡୁ, ବି ଏମ୍ ଏସ୍ ର ରାଜ୍ୟ ଅଧିକାରୀ ନିଗମାନନ୍ଦ ପଟ୍ଟନାୟକ, ଶ୍ରୀ ରାମ ଅକ୍ଷତ ଯାତ୍ରାର ଜିଲ୍ଲାପାଳକ ବୀର କିଶୋର ମହାନ୍ତ (ଟିକି ଭାଇ), ସାମ୍ବାଦିକ ଶ୍ୟାମଳେନ୍ଦୁ ପରିଡା, ଡମ୍ବରୁଧର ମହାନ୍ତ, ପ୍ରଶାନ୍ତ କୁମାର ମହାକୁଡ, ମୋହନ କୁମାର ଗିରି, ପରେଶ ଚନ୍ଦ୍ର ଗିରି ପ୍ରମୁଖ ଯୋଗ ଦେଇଥିଲେ | ବି ଏମ୍ ଏସ୍ ର ମହିଳା ସଦସ୍ୟା ଘଟ ବୋହି ଗ୍ରାମରେ ଅକ୍ଷତ ବଣ୍ଟନରେ ସହଯୋଗ କରିଥିଲେ | ପରିଶେଷରେ ସମସ୍ତ ରାମ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା |

Leave A Reply

Your email address will not be published.