କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ | ଆଜି ରାଇରଙ୍ଗପୁର ଲେପ୍ରାସୋସାଇଟି ଏବଂ ପଞ୍ଚାୟତ ସମିତି ରାଇରଙ୍ଗପୁର ଆୟୋଜନରେ ପଞ୍ଚାୟତ ସମିତି ବୈଠକ ଗୃହରେ ପ୍ରପାଇଟର ଘନଶ୍ୟାମ ମିଶ୍ରା ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଗୋରୁମହିଷାଣୀ ଲୌହଖଣି) ର ମ୍ୟାନେଜର ଶ୍ରୀଯୁକ୍ତ ବିକାଶ ରଂଜନ ନାୟକ , ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ଲେବର ୟୁନିୟନର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦାସ ଏବଂ ଗୋରୁମହିଷାଣି ଲୌହଖଣିର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ନୀଲେସ ସିଂ, ଘନଶ୍ୟାମ ମିଶ୍ରା ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରଦାନ କରିଥିବା ଶୀତବସ୍ତ୍ର (କମ୍ବଳ) ୪୦ ଜଣ କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବଣ୍ଟନ କରିଥିଲେ |

ଏହି ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଲେପ୍ରାସୋସାଇଟିର କ୍ଷେତ୍ରକର୍ମୀ ସୁକୁମତି ହେମ୍ବ୍ରମ, ଅମ୍ବୁବତୀ ଦଳାଇ, କମଳ ଲୋଚନ ସେଠୀ, ସାକିଲା ହେମ୍ବ୍ରମ, କ୍ଷେତ୍ର ସଂଯୋଜକ ରବୀନ୍ଦ୍ର ଦାସ, ଲେପ୍ରାସୋସାଇଟିର ପ୍ରୋଜେକ୍ଟ ଏସୋସିଏଟ୍ ପ୍ରହଲ୍ଲାଦ ମଙ୍ଗରାଜ ଉପସ୍ଥିତ ରହି ଶୀତବସ୍ତ୍ର ବଣ୍ଟନରେ ସହାୟତା କରିଥିଲେ | ଏହି ଶୀତବସ୍ତ୍ର ବଣ୍ଟନ ଅବସରରେ ଉପସ୍ଥିତ ଥିବା ଅତିଥିମାନେ ଏବଂ ବ୍ଲକ ଅଧ୍ୟକ୍ଷ କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ଲୌହଖଣିର ମ୍ୟାନେଜର ଏବଂ ଅତିଥିବୃନ୍ଦ ଲେପ୍ରାସୋସାଇଟିର କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେବାରେ ଆଗଧାଡିରେ ଥିବାରୁ ଭୂତପ୍ରଶଂସା କରିଥିଲେ |

ଆଗାମୀ ଦିନରେ ଲୌହଖଣି ତରଫରୁ କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସ୍ବଯତ୍ନ କିଟ୍ ଯୋଗାଇ ଦେବାରେ ସହାୟତା କରିବା ପାଇଁ ମତବ୍ୟକ୍ତ କରିଥିଲେ | ଶେଷରେ ଲେପ୍ରାସୋସାଇଟିର ପ୍ରଜେକ୍ଟ ଏସୋସିଏଟ୍ ପ୍ରହଲ୍ଲାଦ ମଙ୍ଗରାଜ ଲେପ୍ରାସୋସାଇଟି ଦ୍ବାରା ବାମନଘାଟି ଉପଖଣ୍ଡରେ ଲେପ୍ରା ଦ୍ବାରା ଚାଲୁଥିବା କାର୍ଯ୍ୟକ୍ରମକୁ ଉପସ୍ଥାପନ କରି ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ |

Leave A Reply

Your email address will not be published.