ବନ୍ୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଶିକ୍ଷଣୀୟ ଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ୍ୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଶିକ୍ଷଣୀୟ ଯାତ୍ରା | ବନ୍ୟ ପରିବେଶ ଏବଂ ପାଣିପାଗ ବିଭାଗ ଓଡିଶା ସରକାରଙ୍କ ଉପରିସ୍ତ ଅଫିସରଙ୍କ ନିର୍ଦ୍ଦେଶରେ ପ୍ରଥମ ଥର ଉପରବେଡା ସରକାରୀ ୟୁ ପି ବିଦ୍ୟାଳୟରେ ଶିକ୍ଷଣୀୟ ଯାତ୍ରା `ନନ୍ଦନକାନନ´ ଯାଇଥିଲେ | ଏହି ଯାତ୍ରାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମନରେ ବନ୍ୟ ସମ୍ପଦ ରକ୍ଷା କରିବା ଓ ବନ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ଭାବନା ଜାଗ୍ରତ କରାଯାଇଥିଲା |

ଏହି ଯାତ୍ରା କାଳରେ ଛାତ୍ରଛାତ୍ରୀମାନେ ନନ୍ଦନକାନନ ଯାଇ ନାନା ଔଷଧୀୟ ବୃକ୍ଷ ଓ ନାନା ପଶୁପକ୍ଷୀ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାର ସୁଯୋଗ ଲାଭ କରିଥିଲେ | ଏଥିରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ, ବାଦାମପାହାଡ ରେଂଜର ରମାକାନ୍ତ ମାଝୀ ତଥା ବନ୍ୟ ଜୀବନ ଉପରେ ଗବେଷକ ବିପିନ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ | ଏହି ଯାତ୍ରା କାଳରେ ପ୍ରଥମେ ବନ୍ୟ ଅଧିକାରୀ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଗ୍ ଓ ଟୋପି ବଣ୍ଟନ କରାଯାଇଥିଲା | ଏହା ପରେ କେନ୍ଦୁଝର ବନଖଣ୍ଡ ଘଟଗାଁ ରେଂଜର ପ୍ରଦୀପ କୁମାର ଯାତ୍ରାକାଳୀନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଏହି ଶିକ୍ଷଣୀୟ ଯାତ୍ରା କାଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା | ପରେ ସେମାନେ ମଧ୍ୟ ସେମାନଙ୍କ ଅନୁଭୂତି ବଖାଣିଥିଲେ |

ସେହିପରି ରେଂଜର ଅଧିକାରୀ ମଧ୍ୟ ଏହି ଯାତ୍ରା ଦ୍ବାରା ଛାତ୍ରଛାତ୍ରୀମାନେ ପୁସ୍ତକଗତ ଜ୍ଞାନ ଠାରୁ ଆଖି ଦେଖା ଜ୍ଞାନ ଉପଲବ୍ଧି ତଥା ନିଜର ଜ୍ଞାନକୁ ଅଧିକ ପ୍ରଶମିତ କରିପାରିବେ ବୋଲି କହିଥିଲେ | ଏଥିରେ ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଖେଲାରାମ ହାଁସଦାଃ, ପ୍ରଧାନଶିକ୍ଷକ ମନୋରଂଜନ ମୁର୍ମୁ, ଉପରବେଡା ଭି ଏସ୍ ଏସ୍ ସଭାପତି ନାଥୁରାମ ହେମ୍ବ୍ରମ୍, ଶିକ୍ଷୟତ୍ରୀ ସବିତା ମହାନ୍ତ, ଦୀପାଳି ମହାନ୍ତ, ଉର୍ମିଳା ଗିରି, ସୁମିତ୍ରା ଟୁଡୁ, ସୁଳନିନୀ ମୁର୍ମୁ ତଥା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ | ପରେ ସମସ୍ତେ ଗାଁକୁ ଫେରି ଆସିବା ପରେ ଗାଁ ଲୋକେ ସମସ୍ତଙ୍କୁ ଆଦରରେ ପାଛୋଟି ଆଣିଥିଲେ |

Leave A Reply

Your email address will not be published.