ଟିକସ ଫାଙ୍କିବା ଅଭିଯୋଗରେ ତାରିଣୀ ଶାଢ଼ୀ ହାଉସରେ GST ଚଢ଼ାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟିକସ ଫାଙ୍କିବା ଅଭିଯୋଗରେ ତାରିଣୀ ଶାଢ଼ୀ ହାଉସରେ GST ଚଢ଼ାଉ | ତାରିଣୀ ଶାଢ଼ୀ ହାଉସରେ ଜିଏସଟି ବିଭାଗର ମିଳିତ ଚଢ଼ାଉ। ଟିକସ ଫାଙ୍କି ସନ୍ଦେହରେ ମିଳିତ ଚଢ଼ାଉ।ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ମିଳିତ ଭାବେ ବାରିପଦା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀ କପିଲଦେବ ଦୁବେ ଙ୍କ ବ୍ୟବସାୟପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ାଉ ହୋଇଛି।

ସହରରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସ , ତାରିଣୀ ଶାଢ଼ୀ ହାଉସ, ମାଲିକଙ୍କ ଘର ସମେତ ୮ଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି। ସମ୍ପୃକ୍ତ ଲୁଗା ବ୍ୟବସାୟୀଙ୍କ ବାରିପଦା ସହରରେ ଥିବା ୫ଟି ଲୁଗା ଦୋକାନ, ବାସଗୃହ, ପେଟ୍ରୋଲ ପମ୍ପ, କଲ୍ୟାଣ ମଣ୍ଡପ, ଅଟୋପାର୍ଟସ ଦୋକାନ ଆଦିରେ ଏକସଙ୍ଗେ ଚଢ଼ାଉ ସହିତ ତଦନ୍ତ ଆରମ୍ଭ ହୋଇଛି।

ଏଥିରେ ମୟୂରଭଞ୍ଜ ଓ ବାଲେଶ୍ଵର ଜିଏସଟି ବିଭାଗର 21ଜଣ ଅଧିକାରୀ ଏବଂ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ଏବଂ ପ୍ରାରମ୍ଭିକ ତଦନ୍ତରେ GST ଫାଙ୍କି ହୋଇଛି ବୋଲି ମୟୂରଭଞ୍ଜ ଜିଲ୍ଲାର ଡେପୁଟି କମିଶନର କୁଳମଣି ମଲ୍ଲିକ ସୂଚନା ଦେଇକହିଛନ୍ତି।

Leave A Reply

Your email address will not be published.