ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ବିଜୁଳି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ବିଜୁଳି । ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ବାହାନଗାରେ ଆୟୋଜିତ ହୋଇଥିବା ସର୍ବଧର୍ମ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ। କିନ୍ତୁ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଅନ୍ୟାନ୍ୟ ଅଧିକାରୀ ଆସିଥିବା ବେଳେ ହଠାତ ସଭାରେ ବିଦ୍ୟୁତ କଟିଯାଇଥିଲା। ପାଖାପାଖି ଅଧଘଣ୍ଟାଏ ପରେ ବିଜୁଳି ଆସିଥିଲା। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତି ଅଧିକ ରହିଥିବା ବେଳେ ହଠାତ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା। ତେବେ ଜେନେରେଟର ଲଗାଯାଇ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିଲା। ପରେ କରେଣ୍ଟ ଆସିଥିଲା। ବିଭିନ୍ନ ସମୟରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଥିଲେ ବିନା କାଳବୈଶାଖୀ କିମ୍ବା ବର୍ଷା ନହେଲେ ବିଜୁଳି କାଟ ହୁଏ ନାହିଁ। କିନ୍ତୁ ଆଜି ପାଗ ଠିକ ଥିବା ବେଳେ ହଠାତ ବିଦ୍ୟୁତ କାଟ ହେବା ଅନେକ ବିଜୁଳି ସେବାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଆଜି ଭୁବନେଶ୍ୱରରେ ମନ୍ତ୍ରୀଙ୍କ ବାସଭବନ ଆଗରେ ଛାତ୍ର କଂଗ୍ରେସ ବିଜୁଳି କାଟକୁ ବିରୋଧ କରି ଅଣ୍ଡାମାଡ ସହ ଟମାଟୋ ମାଡ ଘଟଣାରେ ସାମ୍ବାଦିକଙ୍କ ପ୍ରଶ୍ନକୁ ମନ୍ତ୍ରୀ ଏଡାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ଭୁବନେଶ୍ବର ବାସଭବନ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଗ୍ରୀଷ୍ମ ପ୍ରବାହ ବେଳେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ସରକାର ବିଦ୍ୟୁତ କାଟ ହେଉନି ବରଂ ପାଓ୍ବାର କଟ ହେଉଛି ବୋଲି କହିଥିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ତେବେ ଭିତ୍ତିଭୂମୀ ଦୁର୍ବଳ ହୋଇଛି ବୋଲି ଶକ୍ତିମନ୍ତ୍ରୀ ସ୍ବୀକାର କରିଥିଲେ। ରାଜ୍ୟ ସରକାର ଏବେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଟାଟା ପାଓ୍ୱାରକୁ ଦାୟିତ୍ୱ ଦେଇଛନ୍ତି। ହେଲେ ଟାଟା ପାଓ୍ୱାର ମନମୁଖୀ ଭାବେ ବିଦ୍ୟୁତ କାଟ କରୁଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.