ବିଞ୍ଚଣା ଓ ଲଣ୍ଠନ ଧରି ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ, ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଞ୍ଚଣା ଓ ଲଣ୍ଠନ ଧରି ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ। ଏହା ସହ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀ ସରକାରୀ ବାସଭବନରେ ନଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଗ୍ରୀଷ୍ମ ପ୍ରବାହ ବେଳେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ସରକାର ବିଦ୍ୟୁତ କାଟ ହେଉନି ବରଂ ପାଓ୍ବାର କଟ ହେଉଛି ବୋଲି କହିଥିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ତେବେ ଭିତ୍ତିଭୂମୀ ଦୁର୍ବଳ ହୋଇଛି ବୋଲି ଶକ୍ତିମନ୍ତ୍ରୀ ସ୍ବୀକାର କରିଥିଲେ। ରାଜ୍ୟ ସରକାର ଏବେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଟାଟା ପାଓ୍ୱାରକୁ ଦାୟିତ୍ୱ ଦେଇଛନ୍ତି। ହେଲେ ଟାଟା ପାଓ୍ୱାର ମନମୁଖୀ ଭାବେ ବିଦ୍ୟୁତ କାଟ କରୁଥିବା ଅଭିଯୋଗ ହୋଇଛି। ଆଜି ବିଦ୍ୟୁତ ବିତରଣ କମ୍ପାନୀର ସିଇଓଙ୍କୁ ଡାକି ମୁଖ୍ୟ ଶାସନ ସଚିବ ବୈଠକ କରୁଥିବା ବେଳେ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି। ଛାତ୍ର କଂଗ୍ରେସ ନେତା ୟାସିର ନଓ୍ୱାଜ କହିଛନ୍ତି, ଶକ୍ତିମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି। ଶାସକ ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜୁଳି କାଟ କଥା କହୁଛନ୍ତି କିନ୍ତୁ ମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି। ମନ୍ତ୍ରୀ ଟାଟା କମ୍ପାନୀର ଏଜେଣ୍ଟ ହୋଇ କାମ କରୁଛନ୍ତି। ଯେତେବେଳେ ଶକ୍ତିମନ୍ତ୍ରୀ ବିଜୁଳି କାଟ ହେଉନି ବୋଲି ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି ତେଣୁ ଛାତ୍ର କଂଗ୍ରେସ ଦିନରେ ମନ୍ତ୍ରୀଙ୍କୁ ଲଣ୍ଠନ ଦେଖାଉଛି ବୋଲି ସେ କହିଛନ୍ତି।

ବିଜୁଳ ବଳକା ରାଜ୍ୟରେ ଯଦି ଏପରି ଅବସ୍ଥା ତାହେଲେ ସାଧାରଣ ଲୋକ କଣ କରୁଥିବା ଭାବିବା ଆବଶ୍ୟକ ବୋଲି ସେ କହିଛନ୍ତି। ଗତକାଲି ବିଜେପି କହିଥିଲା, ବିଜୁଳି ଭିତ୍ତିଭୂମୀ ପାଇଁ ୨୦ହଜାର କୋଟି ଟଙ୍କା ଦିଆଯାଇଥିବାର କଥା ସରକାର କହୁଥିବା ବେଳେ ଅଧିଗ୍ରହଣ ସମୟରେ ବିତରକ ଟାଟା ପାଓ୍ୱାର ଏହାକୁ ମାତ୍ର ୧୫୦୦ କୋଟି ଟଙ୍କା ଦର୍ଶାଇଥିଲା, ଯାହାକି ଏକ ବଡ ଆର୍ଥୀକ ଚଞ୍ଚକତା ସ୍ପଷ୍ଟ କରିଛି ଏବଂ ଏହାର ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ବିଜେପି ଦାବି କରିଛି। ସେହିପରି ୨୦୧୬ ମସିହାରେ ଆରମ୍ଭ ହୋଇ ୫ ବର୍ଷ ଭିତରେ ଶେଷ ହେବାକୁ ଥିବା ଭୁତଳ ବିଜୁଳି ତାର ବସାଇବା କାର୍ଯ୍ୟ ୭ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଏଥି ପାଇଁ କେବଳ ରାଜଧାନୀ ଭୁବନେଶ୍ୱରରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବାବେଳେ ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନପାରିବା ରାଜ୍ୟ ସରକାରଙ୍କ ବିଫଳତା ନୁହେଁ କି  ବୋଲି ବିରୋଧୀ ପ୍ରଶ୍ନ କରିଛି। ସମସ୍ତ ସର୍ତ ଓ ଚୁକ୍ତିକୁ ଖିଲାପ କରି ବେଦାନ୍ତ କଂପାନୀ ବାର୍ଷିକ ୧୨୫୦ କୋଟି ଟଙ୍କାର ବିଜୁଳି ଲୁଟ୍ କରୁଥିବା ଓଇଆରସି କହିବା ପରେ ରାଜ୍ୟ ସରକାରଙ୍କ ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି ।

Leave A Reply

Your email address will not be published.