ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ ଜିଲ୍ଲାକୁ ମୁକ୍ତା ଯୋଜନାରେ ୧୮୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ ଜିଲ୍ଲାକୁ ମୁକ୍ତା ଯୋଜନାରେ ୧୮୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏହି ପର୍ୟ୍ୟାୟରେ ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ସାମିଲ କରାଯାଇଛି। ଏହି ପାଣ୍ଠିରୁ ପାଣିପାଗ ଅନୁକୂଳ ଭିତ୍ତିଭୂମି ଓ ସୁବିଧା ସୁଯୋଗ ଯଥା- ମିନି ପାର୍କ, ମୁକ୍ତାକାଶ ଜିମ୍, ଛୋଟ ପିଲାଙ୍କ ପାଇଁ ଖେଳ ପଡ଼ିଆ, ଚାଲିବା ଟ୍ରାକ, ଶୌଚାଳୟ, ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ କରାଯିବ। ଏହି ଅର୍ଥ ଜଳାଶୟର ବିକାଶ, ବହୁମୁଖୀ କମ୍ୟୁନିଟି ସେଣ୍ଟର ନିର୍ମାଣ, କାନ୍ଥ ରଙ୍ଗ କରିବା ଆଦି କାମରେ ବିନିଯୋଗ କରାଯିବ। ମହିଳାମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଭାବେ କାମ କରୁଥିବା ମିଶନ ଶକ୍ତି ଗ୍ରୁପ୍ ଦ୍ୱାରା ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯିବ।

ଏହି ଗୋଷ୍ଠୀମାନେ କେଉଁ କାମ କରିବେ ତାହା ଚିହ୍ନଟ କରିବା, ଶ୍ରମିକମାନଙ୍କୁ ନିଯୁକ୍ତି ଦେବା, ନିର୍ମାଣ କାମ ତଦାରଖ କରିବା ଦାୟିତ୍ୱରେ ରହିବେ। ସହରାଞ୍ଚଳର ଗରିବ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଏପ୍ରିଲ ମାସରେ ମୁକ୍ତା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ସହରାଞ୍ଚଳର ଗରିବ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଛି। ତୃତୀୟ ପର୍ଯ୍ୟାୟ ମୁକ୍ତା ଯୋଜନାରେ ଉତ୍ତର ଆରଡିସି ଡିଭିଜନର ୧୦ଟି ଜିଲ୍ଲାର ୩୬ଟି ସହରାଞ୍ଚଳ ଯୋଡି ହେବ।

Leave A Reply

Your email address will not be published.