ପ୍ରବଳ ଗ୍ରୀଷ୍ମପ୍ରବାହରେ ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୫ଦିନ କରିବ କଲବଲ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରବଳ ଗ୍ରୀଷ୍ମପ୍ରବାହରେ ଜଳୁଛି ପଶ୍ଚିମରୁ ଉପକୂଳ । ଆସନ୍ତା ୫ଦିନ ଯାଏଁ ସାରା ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆଉ ଦୁଇ ଦିନ ହିଟ୍ ୱେଭ । ସମ୍ବଲପୁରରେ ନିଆଁ ବର୍ଷା ସହ ଦିନ ସାଢେ ୨ ଟା ସୁଦ୍ଧା ସର୍ବାଧିକ ୪୫ ଦଶମିକ ୩ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ତାପାମତ୍ରା ୪୩ ଦଶମିକ ୮ଡିଗ୍ରୀ ରେକର୍ଡ କରାଯାଇଛି । କଟକ ଏବଂ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ ସାଙ୍ଗକୁ ଅହସ୍ୟ ଗୁଳୁଗୁଳି ଜାରି ରହିବ ।

ସ୍ୱାଭାବିକ ତୁଳନାରେ ୬ ଦଶମିକ ୫ ଡିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ଦିନ ତାପମାତ୍ରା । ସେପଟେ ରଜରେ ପ୍ରବଳ ଗୁଳୁଗୁଳି ସହ ତାତି ଜାରି ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତନ ନଥିବାବେଳେ ଚଳିତ ବର୍ଷ ୧୪ ରୁ ୧୬ ରଜ ପର୍ବରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.