କୁନିପିଲାର ସାରେଗାମାପା… ଦେଖନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବୟସ ମାତ୍ର ଦୁଇ କି ତିନି ବର୍ଷ ହେବ । ଠିକ୍ ଭାବରେ ପାଟି ଫିଟିନି କି ନିଜ ହାତରେ ଖାଇବି ଶିଖିନଥିବ। କିନ୍ତୁ ଏହି କୁନି ପିଲାଟି ସବୁ ତାଳକୁ ଭଲ ଭାବରେ ବୁଝି ଯାଇଛି । ବାପାଙ୍କ ସହ ତାଳ ଦେଇ ଚମତ୍କାର ଭାବରେ ସଂଗୀତର ସାରେଗାମାପା ତାଳ ଧରୁଛି । ନ ଦେଖିଲା ଲୋକ ହୁଏତ ଏହାକୁ ଜହଜରେ ବିଶ୍ୱାସ କରିନପାରନ୍ତି । ହଁ ଆଜ୍ଞା ବାପାଙ୍କ ସହ ମିଶି ଅତି ସୁନ୍ଦର ଭାବରେ ସାରେଗାମାପା ବୋଲୁଥିବା ଏଭଳି କୁନି ପିଲାଟିର ପରିଚୟ ମିଳିପାରିନି । ହେଲେ ଭିଡିଓଟି ସୋସିଆମ ମିଡିଆରେ ଆକର୍ଷଣା କେନ୍ଦ୍ରମିନ୍ଦୁ ପାଲଟିଛି । ବେଶ୍ ଭାଇରାଲ ବି ହେଉଛି । କେତେ ଚମତ୍କାର ଭାବରେ ତାଳ ଧରୁଛି । ମଝିରେ ବାପା ତରତର ତାଳ ବୋଲିଦେଲେ ବୋଲି ତାକୁ ବି ବାପାଙ୍କୁ ବାରଣ କରୁଛି ।

କୁନି ପିଲାଟିର ଏଭଳି ପ୍ରତିଭା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ ଚକିତ କରିଛି । ତେବେ ପିଲାଟିର ସାରେଗାମାପା ବୋଲା ଦେଖି ଶହଶହ ୟୁଜର କମେଣ୍ଟରେ ବାହା ବା କରିବା ସହିତ ପିଲାଟିର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.