ଜଳସୁଆଁ ଠାରେ ମା ମଙ୍ଗଳା ଚ୍ୟାଲେଞ୍ଜର୍ସ କ୍ରିକେଟ କପ୍ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘସିପୁରା ବ୍ଲକ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ଜଳସୁଆଁ ଗ୍ରୀନ୍ ଫିଲ୍ଡ ଠାରେ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲେଞ୍ଜର୍ସ କପ୍ କ୍ରିକେଟ ମହୋତ୍ସବ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଏନସିସି ନଚ୍ଛିପୁରାକୁ ହରାଇ ବିଟିସିସି ଆମ୍ପୋର ଚମ୍ପିୟାନ ହୋଇଛି।

ଉଦଯାପନି ଫାଇନାଲ ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ଯ ଅତିଥି ଭାବେ ଘସିପୁରା ବ୍ଲକ ପୁର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର,ସମ୍ମାନୀତ ଅତିଥି ଦେଓଗାଁ ସରପଞ୍ଚ ସତ୍ୟରଞ୍ଜନ ଭୁୟାଁ,ଗଡ଼ବାନ୍ଦଗୋଡ଼ା ସମିତି ସଭ୍ୟ ବିଜୟ ଜେନା, ସମାଜସେବୀ ସଂଜୟ ଜେନା, ସମାଜସେବୀ ଅମରେଶ ବିଶ୍ବାଳ, ଅନ୍ୟ ଅତିଥି ଭାବେ ପୂର୍ଣଚନ୍ଦ୍ର କୁଅଁର, ଜଗବନ୍ଧୁ ଜେନା, ପୁରନ୍ଦର ସାହୁ, ବିଜୟ ରାଉତ, ବଟକୃଷ୍ଣ ଜେନା, ନିପୁନ ନାୟକ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅଫ ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ |

ମ୍ଯାଚ ପରିଚାଳନାରେ ଅମ୍ପାୟାର ସୁରେଶ ଭୁୟାଁ, ଅନିଲ ସେଠୀ ଦାୟିତ୍ବ ସମ୍ପାଦନ କରିଥିଲେ।ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମା ମଙ୍ଗଳା କ୍ରିକେଟ କ୍ଲବ ପକ୍ଷରୁ ବୈକୁଣ୍ଠ ଜେନା, ସାଗର ରାଉତ, ଶ୍ରୀକାନ୍ତ କୁଅଁର, ଦେବେନ୍ଦ୍ର ଜେନା ଦିପୁନ ସାହୁ, ରଞ୍ଜିତ କୁଅଁର, ବିଷ୍ଣୁ ଚରଣ ନାୟକ ଓ କ୍ଳବର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.