ମହାନାମ ସଂକୀର୍ତନ ମହାଉତ୍ସବ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି କଟକ ଜିଲ୍ଲା କିଶନନଗର ଅଞ୍ଚଳ କେଶରୀନଗ୍ର ଉଆସ ରେ ଗହଣ ଦଳ ର ସ୍ରଷ୍ଟା ରାଜା ନରସିଂହ ଦେବ ଙ୍କ ଜନ୍ମ ଦିବସ ଅବସର ରେ ଷଟତିଳା ଏକାଦଶୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭଗବତ ପ୍ରେମୀଙ୍କ ସମାଗମରେ ମହାମନ୍ତ୍ର ମହାନାମ ର ମହାଲୀଳା ମହାଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବଡି ପ୍ରତ୍ୟୁଷ ରୁ ମହାନଦୀ ରୁ ପବିତ୍ର ଜଳ କଳଶ ଶୋଭାଯାତ୍ରା ରେ ଆସି ସ୍ଥାପନ ହୋଇ ବ୍ରହ୍ମଧୂନୀ ସ୍ଥାପନ ହୋଇ ଅଖଣ୍ଡ ମହାମନ୍ତ୍ର ସଂକୀରତନ ଆରମ୍ଭ ହୋଇଥିଲା ।ସଂଧ୍ୟା ସମୟରେ ଘଣ୍ଟା କୁ ଘଣ୍ଟା ବନ୍ଦାପନା ଖୁବ ଆକର୍ଷଣୀୟ ଓ ଭଗବତ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା ।

ଶାସ୍ତ୍ର ପୁରାଣ ଅନୁସାରେ କଳିଯୁଗର ସାର ତଥା ଜୀବଗତି ମୁକ୍ତିର କାରଣ ,ଓ ମହାମନ୍ତ୍ର ଜପ ସମସ୍ତଙ୍କୁ ଭଗବତ ପ୍ରେମରେ ପୁଲକିତ ଓ ରୋମାଞ୍ଚିତ କରିଥିଲା ।ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଏହି ମହାନ୍ତି ସନାତନ ଧରମ ର କାଯ୍ୟକ୍ରମ ସଫଳତାର ସହ ସମ୍ପୂର୍ଣ ହୋଇଥିଲା ।

Leave A Reply

Your email address will not be published.