ଭକ୍ତର ଭାବରେ ବନ୍ଧା ଭଗବାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯୁଗେ ଯୁଗେ ଭକ୍ତ ର ଭାବରେ ବନ୍ଧା ଭଗବାନ। ଭକ୍ତ ର ଯାତ୍ରା କଷ୍ଟ ଲାଘବ ପାଇଁ ନିକଟରେ ଦର୍ଶନ ଦେଲେ ପ୍ରଭୁ। ମାଘମାସ କୃଷ୍ଣ ପକ୍ଷ ଏକାଦଶୀ ରେ ଭକ୍ତ ଟିଏ ନିଷ୍ଠାପର ରେ ଘରୁ ପୋଡପିଠା ପ୍ରସ୍ତୁତ କରି ଚାଲି ଚାଲି ଦୀର୍ଘ ୩୫ ରୁ ୪୦ କିଲୋମିଟର ବାଟ ଯାଇ ପ୍ରଭୁ ଙ୍କୁ ସମର୍ପିତ କରୁଥିଲା, ହେଲେ ପ୍ରଭୁ ଭକ୍ତ ର ଯାତ୍ରା କଷ୍ଟ ଲାଘବ ପାଇଁ ବର ଦେଲେ, “ମୁଁ ଆଜି ର ଦିନ ରେ ତୁମର ଘର ପାଖରେ ଦର୍ଶନ ଦେବି ଏତେ କଷ୍ଟ ସହି ଏତେ ବାଟ ଆଉ ଆସିବା ଦରକାର ନାହିଁ।

ପ୍ରାୟ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଆଜିର ଦିନରେ ପ୍ରଭୁ ଅପେକ୍ଷା କରିଥାଆନ୍ତି ଭକ୍ତ ର ପୋଡପିଠା ଖାଇବାକୁ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଂଚାୟତ ପଞ୍ଚସରଙ୍ଗବଳରାମପୁର ଗାଁ ର ବେଲଗୁମ୍ପା। ଯେଉଁଠି ପୂଜା ପାଉଛନ୍ତି ମହାପୁରୁଷ ମଲ୍ଲିକ ନାଥ। ଏହି ଏକାଦଶୀ ତିଥିରେ ଏହି ଗାଁ ର ଭକ୍ତ ସୁତମ ମିଶ୍ର ସୁଦ୍ଧ, ପବିତ୍ରତା ସହ ଘରୁ ପୋଡପିଠା ପ୍ରସ୍ତୁତ କରି ଦୀର୍ଘ ରାସ୍ତା ଚାଲି ଚାଲି ଅତିକ୍ରମ କରି ଯାଉଥିଲେ ଯାଜପୁର ଓ କଟକ ଜିଲ୍ଲାର ସଂଗମ ସ୍ଥଳ ଓଳାଶୁଣୀ ଗୁମ୍ଫାକୁ।ଆଉ ସେଠାରେ ନିଜକୁ ସମର୍ପିତ କରୁଥିଲେ ପୀଠାଧୀଶ ମହାପୁରୁଷ ଅରକ୍ଷିତ ଦାସ ଙ୍କ ପଦପଦ୍ମ ରେ। ହେଲେ ଭକ୍ତ ର କଷ୍ଟ ଦେଖି ଭକ୍ତ ର ଘର ପାଖରେ ଦର୍ଶନ ଦେବାକୁ ପ୍ରଭୁ ବର ଦେଇଥିଲେ।

ଆଉ ସେହି ଦିନଠାରୁ ଏହି ସ୍ଥାନ ଆଜିର ଦିନରେ ଏଠାରେ ଓଳାଶୁଣୀ ପୀଠର ଭ୍ରମ ସୃଷ୍ଟି କରେ ଏଠାରେ। ସତେ ଯେମିତି ପ୍ରଭୁ ନିଜର ପୀଠ ସହ ବିଜେ କରିଛନ୍ତି ଏଠାକୁ ଭକ୍ତ ର ଭାବରେ।ଏଠାରେ ଓଳାଶୁଣୀ ପୀଠରେ ଯେପରି ପୂଜା ବିଧି,ଭୋଗ ନୈବେଦ୍ୟ ଅର୍ପଣ କରାଯାଏ ସେହିପରି ଏଠାରେ ପୋଡପିଠା ସହ ଶୁଖୁଆ ଭୋଗ ଆଜିର ଦିନରେ କରାଯାଏ। ଯେପରି ଓଳାଶୁଣୀ ପୀଠକୁ ମା’ ଓଳାଶୁଣୀ ଦେବୀ ସୁରକ୍ଷା ଓ ଅଭୟ ଦେଇ ରଖିଛନ୍ତି ସେହିପରି ଏହି ବେଲଗୁମ୍ପାଂ ପୀଠ କୁ ମା’ ଗ୍ରାମ ଦେବତୀ ଇଶାଣିଶ୍ବରୀ ଅଭୟ ଓ ସୁରକ୍ଷା ଦେଉଛନ୍ତି। ତେଣୁ ଆଜିର ଦିନରେ ଏହି ପୀଠକୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।କଥାରେ ଅଛି “ଭାବ କୁ ନିକଟ ଅଭାବେ ଦୂର” ତେଣୁ ଭଗବାନ ଓ ଭକ୍ତ ଙ୍କ ଭାବରେ ବନ୍ଧା ଏ ସଂସାର। ତେଣୁ ୧୦୦ ବର୍ଷ ତଳେ ଭକ୍ତ କୁ ଦେଇଥିବା ବର ଆଜି ବି ରକ୍ଷା କରୁଛନ୍ତି ଭଗବାନ।ଆଉ ଭକ୍ତ ଭୁଲିବେ ବା କେମିତି। ତେଣୁ ଏହି ବେଲଗୁମ୍ପାଂ ପୀଠ ଆଜି ବି ଚଳଚଞ୍ଚଳ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ସମଗ୍ର କଟକ ଜିଲ୍ଲାରେ।

Leave A Reply

Your email address will not be published.