ସଶକ୍ତ ଓଡିଶା ସାଥୀ ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସଶକ୍ତ ଓଡିଶା ସାଥୀ ଶିବିର ଅନୁଷ୍ଠିତ | ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜନଜାତି ସଂସ୍କୃତି ପ୍ରଗତି ଆନୁକୂଲ୍ୟରେ ତଥା ରାଇରଙ୍ଗପୁର ବ୍ଲକ ଓ ଆଇ ଟି ଡିଏ ର ମିଳିତ ସହଯୋଗ ରେ ସଶକ୍ତ ଓଡିଶା ସାଥୀ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ଦାଶ, ଏବିଡିଓ ସୁରାଇ ମାର୍ଣ୍ଡି, ବ୍ଲକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ସ୍ତମ୍ଭକାର ଲଳିତ କୁମାର ମହାନ୍ତ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାମଲ, ମଙ୍ଗଳ ସମ୍ପ୍ରସାରିଣୀ ଅଧିକାରୀ ସିପ୍ରାରାଣୀ ମହାନ୍ତ, ଆସେକା ପ୍ରତିନିଧି ଶିଶୁପ୍ରଦ ହାଁସଦାଃ, ଭୂମିଜ ସମାଜର ଗୋଲାପ ସିଂ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ନବୀନ ମହାନ୍ତ, ସାନ୍ତାଳର ଆନପା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ |

ଉକ୍ତ ବୈଠକରେ ଅତିଥିଗଣ ଆଲୋଚନା ରଖିଥିଲେ ଯେ ଓଡିଶା ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ସମାଜର ସର୍ବାଙ୍ଗିନ ଉନ୍ନତି ପାଇଁ କାର୍ଯ୍ୟ କରୁଅଛି | ଏହା ଆଦିବାସୀମାନଙ୍କ ହକଅଧିକାର ପାଇଁ ସର୍ବଦା ଚେଷ୍ଟିତ ତଥା ଆଦିବାସୀ ସମାଜର ଉନ୍ନତି ପ୍ରାଥମିକତା ଦିଆଯାଇଥାଏ | ଏହାପରେ ପ୍ରତିଭା ସମ୍ଭଦ୍ଧନା କରାଯାଇଥିଲା ଯେଉଁଥିରେ ଆଦିବାସୀ ଭାଇଭଉଣୀମାନେ ବିଭିନ୍ନ କ୍ଷେତ୍ରରେ ଯଥା ଗୀତ, ନାଚ, କ୍ରୀଡା, ଛଉ , ଚିତ୍ରାଙ୍କନ , ଔଷଧ ବିଜ୍ଞାନ ଆଦିରେ ଅଗ୍ରଗତି ତଥା ନିଜର ପାରଦର୍ଶିତା ଅର୍ଜନ କରିଥିବାର ସୂଚନା ମିଳିଥିଲା | ଉକ୍ତ ସମ୍ଭଦ୍ଧନାରେ ପ୍ରାୟ ୨୫ ଜଣଙ୍କୁ ସମ୍ମାନିତ କରାଯାଇଥିଲା |

ଉକ୍ତ ସଭାକୁ ସ୍ତମ୍ଭକାର ଲଳିତ କୁମାର ମହାନ୍ତ ପରିଚାଳନା କରିଥିଲା ବେଳେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ବୈଠକରେ ରାଇରଙ୍ଗପୁର ବ୍ଲକର ୯ଟି ପଞ୍ଚାୟତର ସରପଞ୍ଚ, ପଞ୍ଚାୟତସମିତି ସଭ୍ୟସଭ୍ୟା, ଅନୁସୂଚିତ ଜାତିର କଳାକାର , କବିରାଜ, ସଙ୍ଗୀତଜ୍ଞ, ସାହିତ୍ୟିକ, ଗାଁ ମୁଖିଆ, ପୀର ପାରଗାନା ପ୍ରମୁଖ ଯୋଗଦାନ କରିଥିଲେ |

Leave A Reply

Your email address will not be published.