ଗୁଣ୍ଡୁରିଆ ସହିଦ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୧୯୪୯ ମସିହା ଫେବୃୟାରୀ ୬ ତାରିଖ ହଜାର ହଜାର ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଲୋକେ ନିଜର ହକଅଧିକାର ପାଇଁ ରାଇରଙ୍ଗପୁର ବ୍ଲକ ଗୁଣ୍ଡୁରିଆ ଠାରେ ଫିରିଙ୍ଗି ପୁଲିସ ସହ ଲଢେଇ କରି ପ୍ରାଣବଳି ଦେଇଥିଲେ |

କିନ୍ତୁ ବଡ ଦୁଃଖର କଥା ଏ ସ୍ଥାନ ବୀର ପୁରୁଷ ମାନଙ୍କର ରେକର୍ଡରେ ସ୍ଥାନିତ ନାହିଁ | ଉକ୍ତ ପୀଠକୁ ମାନ୍ୟତା ପ୍ରଦାନ ପାଇଁ ବିଭିନ୍ନ ଟ୍ରଷ୍ଟ ତଥା ରାଜନେତା ଗଣ ଦୃଢଦାବୀ କରିଛନ୍ତି | ଆଜିର ଦିନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଅଞ୍ଜଳି ସୋରେନ, ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ରାଜ୍ୟ ସଂଗଠନ ସଂପାଦକ ସାଲୁ କିସ୍କୁ, ରାଜ୍ୟ ଉପସଭାପତି ଶ୍ୟାମ ଚରଣ କିସ୍କୁ, ରାଜ୍ୟ ମୁଖପତ୍ର, ଶିବାଜୀ ମୌଳିକ, ରାଜ୍ୟ କୋଷାଧ୍ୟକ୍ଷ ରଣଜିତ ସିଂ, ରାଜ୍ୟ କମିଟୀ ସଦସ୍ୟ ସରୋଜିନୀ ମୁର୍ମୁ |

ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୁନୀଲ ମୁର୍ମୁ, ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ପ୍ରବକ୍ତା ସନ୍ତୋଷ କୁମାର ମୁର୍ମୁ, ଜିଲ୍ଲା ଉପସଭାପତି ମଦନ ମାର୍ଣ୍ଡି, ଯଶବନ୍ତ ବାରିକ, ଭୂବନ ଟୁଡୁ,କାଳି ଚରଣ ଟୁଡୁ, ସହସଂପାଦକ ମହେନ୍ଦ୍ର ନାଥ ମୁର୍ମୁ, ଜାମଦା ବ୍ଲକ ଉପସଭାପତି କିନିରାମ ଆଲଡା, ଉଦୟ ସୋରେନ, ଏସ୍ କେ ଜିକରାନ, ସାନୱର ହୁସେନ, ଚନ୍ଦ୍ର ମୋହନ ପିଙ୍ଗୁଆ, ଦିଖୁ ମାର୍ଣ୍ଡି, ସମାଜସେବୀ ରାଇସେନ ମୁର୍ମୁ, ରାମଦାସ ମୁର୍ମୁ ତଥା ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗରୁ ବହୁ ମାନ୍ୟଗଣ୍ୟ ଲୋକେ ଏଠାକୁ ଆସି ଶ୍ରଦ୍ଧାସୁମନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

Leave A Reply

Your email address will not be published.