ସେବାସ୍ତମ୍ବ ଦ୍ବାରା ଗୁଣ୍ଡୂରିଆ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଖିଳ ଭାରତୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ” ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ଦ୍ବାରା ଗୁଣ୍ଡୂରିଆ ଦିବସ ପାଳିତ ହୋଇ ଯାଇଛି।

ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ସର୍ବ ପ୍ରଥମେ ଉପସ୍ଥିତ ସଦସ୍ଯ ମାନେ ଗୁଣ୍ଡୂରିଆ ସହୀଦ ମାନଙ୍କ ନାମରେ ଠିଆ ହୋଇ ଏକ ମିନିଟର ଏକ ମୌନ ପ୍ରାର୍ଥନା ଅନୁଷ୍ଠିତ କରିଥିଲେ।ପ୍ରତାପ ହେମ୍ଭ୍ରମ ସ୍ବାଗତ ସଂଭାଷଣ ପ୍ରସ୍ତୁତ କରିଥିଲେ।ମୁଖ୍ଯ ଅତିଥି ଭାବେ ସେବାସ୍ତମ୍ବ ରାଷ୍ଟ୍ରୀୟ ସଂପାଦକ ବିଜୟ କୁମାର ରାମ ଉପସ୍ଥିତ ରହି ଏପରି ଆୟୋଜନର ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁଖ୍ଯ ବକ୍ତା ଭାବ ଜିଲ୍ଲା ଉପଦେଷ୍ଟା ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝୀ ଯୋଗ ଦେଇ ଗୁଣ୍ଡୂରିଆ ଇତିହାସ ଉପରେ ଆଲୋକପାତ କରିଥିଲେ।

ଜଗତ ଚନ୍ଦ୍ର ମାଝି ଉପସ୍ଥିତ ରହି ଗୁଣ୍ଡୂରିଆ ଦିବସ ର ମହତ୍ବ ଆଲୋଚନା କରିଥିଲେ।ବରିଷ୍ଠ ଉପସଭାପତି ରବିନ୍ଦ୍ର ମୁଖି ଉପସ୍ଥିତ ରହି ସମସ୍ତ ସଦସ୍ଯ ମାନଙ୍କୁ ଏହି ପବିତ୍ର ଦିବସ ପାଳନ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଥିଲେ। ସମାଜସେବୀ ମନୋରଞ୍ଜନ ହାଁସଦା ଗୁଣ୍ଡୂରିଆ ବାସୀଙ୍କ ପାଇଁ କିଛି କରିବା ପାଇଁ ସେବାସ୍ତମ୍ବ କୁ ଆହ୍ବାନ ଦେଇ ଥିଲେ। ଅନ୍ୟମାନଙ୍କ ମଧ୍ଯରେ ଡାକ୍ତର ରମେଶ ଚନ୍ଦ୍ର ମାରାଣ୍ଡି,ବାଜଲ ମୁର୍ମୁ, ରାଜେଶ କୁମାର ରାମ, ଡାକ୍ତର ସାଗରାମ ଟୁଡୁ, ମୋଅତ୍ତର ହୁସେନ, ସଂତୋସୀ ରାମ, ବିଭୁତିଭୁଷଣ ପାତ୍ର ଉପସ୍ଥିତ ଥିଲେ।।ସଭାଶେସରେ ଉପସଭାପତି ଗୋପାଳ କୃଷ୍ଣ ମହାନ୍ତି ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.