୨୫ ତମ ବର୍ଷରେ ଦୀପକ କୁମାର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୨୫ ତମ ବର୍ଷରେ ଦୀପକ କୁମାର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ଅଧିନସ୍ତ ଡି କେ ଏମ ସି ସ୍ପୋଟସ୍ ଏଣ୍ଡ କଲଚୁରାଲ କ୍ଲବ ଆନୁକୂଲ୍ୟରେ ୨୫ ତମ ବର୍ଷରେ ଦୀପକ କୁମାର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି | ଏଥିରେ ସମ୍ମାନିତ ଅତିଥି ଭାବେ ଏ ଆର ଟି ଓ ସଦୀପ ପାଇକରାୟ ଓ ସମାଜସେବୀ ସଚିନ ଅଗ୍ରୱାଲ ଯୋଗ ଦେଇ କ୍ରିକେଟ ଦଳମାନଙ୍କୁ ଉତ୍ସାହିତ କରିଥିଲେ |

ଏଥିରେ ସର୍ବମୋଟ ୧୦ ଟି ଦଳ ରାଇରଙ୍ଗପୁର, ବାଲେଶ୍ବର, କେନ୍ଦୁଝର, ଖୋର୍ଦ୍ଧା, ରାଉଲକେଲା, ବିଳାସପୁର, ରାଞ୍ଚି, ଏନ ଏନ ଏସ୍ ସି ଏକାଡେମୀ ଉତ୍ତର ପ୍ରଦେଶ ଓ ସମ୍ବଲପୁର ପ୍ରମୁଖ ଅଂଶଗ୍ରହଣ କରୁଅଛନ୍ତି | ଏଥିରେ ଏମ୍ପିୟାର ଭାବେ ଦୁର୍ଗାପ୍ରସାଦ ପଟ୍ଟନାୟକ, ଛାୟାକାନ୍ତ ଦ୍ବିବେଦୀ, ସ୍କୋରାର ଭାବେ କିରଣ ମନୋହର ମହାନ୍ତି, କିଶାନ ମନୋହର, କମେଣ୍ଟଟର ଭାବେ ବାବୁ ସିଂହା ଯୋଗ ଦେଇଥିଲେ | ଉକ୍ତ କ୍ରୀଡା ପ୍ରତିଯୋଗିତାରେ ସଭାପତି ରୂପେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସଂପାଦକ ଶ୍ୟାମ ସୁନ୍ଦର ଜ୍ୟୋତିଷି, ଅମର ପ୍ରଧାନ ଦେଓ ହେମ୍ବ୍ରମ, ସ୍ପୋଟସ୍ ସଂପାଦକ ପଞ୍ଚୁ ଲୋହାର, ଉପଦେଷ୍ଟା ସଞ୍ଜୀବ ସିଂ, ପ୍ରଦୀପ ରାଉତ, ପ୍ରଶାନ୍ତ ପରୀକ୍ଷା ଏବଂ ମଡିଆ କୋଡିନେଟର ସିଦ୍ଧାର୍ଥ ପାଲ ଓ କିଶୋର ରଜକ ପ୍ରମୁଖ ଉପସ୍ଥିତ ଥିଲେ | ଆଜିର ପ୍ରଥମ ମ୍ୟାଚ୍ ରାଇରଙ୍ଗପୁର ସହ ବାଲେଶ୍ବର ଖେଳ ହୋଇଥିଲା |

ରାଇରଙ୍ଗପୁର ୧୮ ଅଭର, ୭ ୱିକେଟ ରେ ୧୩୩ ରନ କରିଥିଲା ବେଳେ ବାଲେଶ୍ବର ୧୮ ଅଭର, ୮ ୱିକେଟ୍ ରେ ୧୬୨ ରନ୍ କରି ବିଜୟ ହୋଇଥିଲା | ସନ୍ତୋଷ ସିଂ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ | ତାପରେ ଦ୍ବିତୀୟ ମ୍ୟାଚ୍ ବାରିପଦା ସହିତ କେନ୍ଦୁଝର ଖେଳ ହୋଇଥିଲା | ବାଲେଶ୍ବର ୧୬ ଅଭର, ୮ ୱିକେଟ୍ ରେ ୧୨୨ ରନ୍ କରିଥିଲା ବେଳେ କେନ୍ଦୁଝର ୧୬ ଅଭର, ୭ ୱିକେଟ୍ ରେ ୧୪୧ ରନ କରି ବିଜୟୀ ହୋଇଥିଲା | ଏଥିରେ ଋତୁରାଜ ମହାନ୍ତି ମ୍ୟାନ ଅଫ୍ ଟି ମ୍ୟାଚ୍ ହୋଇଥିଲେ | ଏହି କ୍ରୀଡା ପ୍ରତିଯୋଗିତା ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ କ୍ରୀଡାପ୍ରେମୀ ଯୋଗ ଦେଇଥିଲେ |

Leave A Reply

Your email address will not be published.