ପ୍ରାଣୀ ଚିକିତ୍ସକ ସଂଘର ସମୂହ ଛୁଟି ଆନ୍ଦୋଳନ ପାଇଁ ଜିଲ୍ଲାବ୍ୟାପି ପ୍ରାଣୀ ଚିକିତ୍ସା ସେବା ଠପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରାଣୀ ଚିକିତ୍ସକ ସଂଘର ସମୂହ ଛୁଟି ଆନ୍ଦୋଳନ ପାଇଁ ଜିଲ୍ଲାବ୍ୟାପି ପ୍ରାଣୀ ଚିକିତ୍ସା ସେବା ଠପ | ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ SHG ମହିଳା ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ଯାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।

ଯାହା ଫଳରେ ଜିଲ୍ଲାବ୍ୟାପି ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟ ଠପ ହୋଇଛି। ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଦାବି କରି ଓଡ଼ିଶା ପ୍ରାଣି ଚିକିତ୍ସା ସେବା ସଂଘର ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଦାବି ହୋଇଛି । ଜିଲ୍ଲାର ୮୫ଜଣ ପ୍ରାଣୀ ଚିକିତ୍ସକ ସମୂହ ଛୁଟି ଯୋଗୁଁ ଜିଲ୍ଲାର ୪୨ଗୋଟି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସେବା ଠପ ହୋଇଛି।

ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରୁ ଋଣ ଉଠାଇ SHG ମହିଳା ମାନେ କରିଥିବା କୁକୁଡା ଚାଷ ପ୍ରଭାବିତ ହୋଇଛି। ଏନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଏହାର ସମାଧାନ ପାଈଁ ଏକ ଦାବିପତ୍ର SHG ମହିଳା ମାନେ ଦେଇଛନ୍ତି।

Leave A Reply

Your email address will not be published.