ଆଦାନୀ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଦାନୀ ମାମଲାକୁ ନେଇ ଚାଲିଥିବା ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କଡା ଆକ୍ରମଣ କରିଛନ୍ତି। ଆଦାନୀ ଗୋଷ୍ଠୀରେ ଏଲଆଇସି-ଏସବିଆଇ ବିନିଯୋଗ ବିଷୟରେ ମୁଖ୍ୟମନ୍ତ୍ରୀ ମମତା ପ୍ରଶ୍ନ କରିଛନ୍ତି, କେନ୍ଦ୍ର ସରକାର ଏହାକୁ କାହିଁକି ଅନୁମତି ଦେଉଛନ୍ତି?

ବାସ୍ତବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସିଲିଗୁରିରେ ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ଆଦାନୀ ମାମଲା ଉଠାଇ କହିଛନ୍ତି ଯେ କେନ୍ଦ୍ର ସରକାର ଚେକ୍ ଏବଂ ବାଲାନ୍ସ ବିନା ଘରୋଇ କମ୍ପାନୀମାନଙ୍କୁ ଟଙ୍କା ଦେଉଛନ୍ତି। ସେ କେନ୍ଦ୍ରକୁ ସିଧାସଳଖ ପ୍ରଶ୍ନ କରିଛନ୍ତି, ମୋଦୀ ସରକାର ଆଦାନୀ ଗ୍ରୁପକୁ ଘରୋଇ କମ୍ପାନୀରେ ନିବେଶ କରିବାକୁ କାହିଁକି ଅନୁମତି ଦେଉଛନ୍ତି?

ଅଦାଲତରେ ଭାରତୀୟ ଜନତା ଦଳର ନେତା … – ମମତା ବାନାର୍ଜୀ ଜ୍ଝ
ଏହା ସହ ରାଜ୍ୟ ସରକାରଙ୍କ ଅଗ୍ରଗତି କାର୍ୟ୍ୟକୁ ବନ୍ଦ କରିବା ପାଇଁ କୋର୍ଟ ନିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସିଏମ କହିଛନ୍ତି ଯେ ଆମେ ରୋଜଗାର ଯୋଗାଇବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ଭାରତୀୟ ଜନତା ଦଳର ନେତାମାନେ କୋର୍ଟରେ ମକଦ୍ଦମା ଦାୟର କରୁଛନ୍ତି ଏବଂ ଆମର ଅଗ୍ରଗତି ବନ୍ଦ କରୁଛନ୍ତି।

ସେମାନେ ସାଧୁଙ୍କ ପରି ଆଚରଣ କରୁଛନ୍ତି – ମମତା ବାନାର୍ଜୀ ଜ୍ଝ
ମଧ୍ୟପ୍ରଦେଶର ଭ୍ୟାପମ୍ ସ୍କାମକୁ ମନେ ପକାଇ ସିଏମ୍ ମମତା ବାନାର୍ଜୀ ବିଜେପିକୁ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ବୋଧହୁଏ ବିଜେପି ଶାସନ କାଳରେ ମଧ୍ୟପ୍ରଦେଶରେ ଘଟିଥିବା ଭ୍ୟାପମ୍ ସ୍କାମକୁ ଦଳ ଭୁଲି ଯାଇଛନ୍ତି। ବିଜେପିକୁ ଦୁର୍ନୀତିର ଅଭିଯୋଗ କରି ସିଏମ କହିଛନ୍ତି, ‘ସେମାନେ ସାଧୁମାନଙ୍କ ଭଳି ଆଚରଣ କରୁଛନ୍ତି ଜ୍ଝ ବୋଧହୁଏ ସେମାନେ ଭ୍ୟାପମ୍ ସ୍କାମକୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି ଜ୍ଝ ସେ କହିଛନ୍ତି, ଭ୍ୟାପମ୍ ସ୍କାମ ଯୋଗୁଁ କେତେ ଲୋକ ଆତ୍ମହତ୍ୟା କରିଛନ୍ତି ବୋଲି ବିଜେପି ନେତାମାନେ କାହିଁକି କୁହନ୍ତି ନାହିଁ?

Leave A Reply

Your email address will not be published.