ପୁଣି ଉଗ୍ର ହେଲା ମଣିପୁର ହିଂସା: ୩ ଜଣଙ୍କୁ ଗୁଳି କରି ହତ୍ୟା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଉଗ୍ର ହେଲା ମଣିପୁର ହିଂସା। ମଣିପୁରର କାଙ୍ଗପୋକପି ଜିଲାରେ ମଙ୍ଗଳବାର ନିଷିଦ୍ଧ ଉଗ୍ରବାଦୀଙ୍କ ସମୂହ ୩ ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ୩ ଜଣ କୁକି ସମ୍ପ୍ରଦାୟର ବୋଲି ଜଣାପଡିଛି।ଉଗ୍ରବାଦୀଙ୍କ ସମୂହ ଗାଡିରେ ଆସି ଇମ୍ଫାଲର ପଶ୍ଚିମ ଏବଂ କାଙ୍ଗପୋକପି ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଇରେଙ୍ଗ ଏବଂ କରମ ଅଞ୍ଚଳର ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏହି ଗାଁ ପାର୍ବତ୍ୟରେ ଅବସ୍ଥିତ ଏବଂ ଅଧିକାଂଶ ଲୋକେ ଏଠାରେ ବାସ କରନ୍ତି। ମେ’ ୩ ତାରିଖରୁ ମଣିପୁରରେ ଚାଲିଥିବା ହିଂସାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.