ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲାରେ ଅତିଷ୍ଠ ହେଉଛି ହାତୀ ଉପଦ୍ରବ। ପ୍ରତି ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ଖାଇଯାଉଛନ୍ତି। ମାତ୍ର ବନ ବିଭାଗ ଏହାକୁ ଖାମଖିଆଲ ଭାବେ ନେବାରୁ ଶେଷରେ ପାରା ଚଢିଛି ଗ୍ରାମବାସୀଙ୍କ ଆକ୍ରୋଶ । ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଜଣେ ଫରେଷ୍ଟ ଗାର୍ଡଙ୍କୁ ପିଟି ପିଟି ଲହୁଲୁହାଣ କରିଛନ୍ତି। ଏପରି ଏକ ଘଟଣା ଘଟଣା ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ସମରଡରି ନିକଟ ତାଳବହାଳି ଗ୍ରାମରେ ଘଟିଛି। ସମରଡରି ଅଞ୍ଚଳରେ ପ୍ରତି ବର୍ଷ ୨ଟି ଦନ୍ତା ପଶି ଉତ୍ପାତ କରିଥାନ୍ତି। ସେମାନେ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ମୁଖ୍ୟତଃ ଧାନ, ହାଣ୍ଡିଆ, ମହୁଲ ଥିବା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥାନ୍ତି ହାତୀ। ଗତ ପ୍ରାୟ ୩,୪ ଦିନ ହେବ ଏହି ଦୁଇ ହାତୀ ସମରଡରି ଅଞ୍ଚଳରେ ପଶିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ହାତୀ ସେମାନଙ୍କ ସମ୍ପତ୍ତି ଛାରଖାର କରି ଦେଉଥିବା ବେଳେ ସେମାନେ ଅଣ୍ଟା ସଳଖି ପାରୁ ନ ଥିବା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗୋଠଛଡ଼ା ଦୁଇ ଦନ୍ତା ଅନେକ ଦିନ ହେଲା ଲୋକଙ୍କ ଚାଷ ଜମି ନଷ୍ଟ କରିବା ସହ ଜନବସତିମୁହାଁ ହୋଇଛନ୍ତି । ବାରମ୍ବାର ସ୍ଥାନୀୟ ଲୋକଙ୍କ ସହ ବନ ବିଭାଗ ଘଉଡାଉଥିଲେ ବି କିଛି ଲାଭ ହେଉନାହିଁ । ପୁଣି ଜନବସତି ମୁହାଁ ହେଉଛନ୍ତି ହାତୀ । ଲୋକଙ୍କ ଦାବି ସ୍ତାୟୀ ପ୍ରତିକାର କିନ୍ତୁ ବନ ବିଭାଗ ଫେଲ୍ ହୋଇଛି । ମଙ୍ଗଳବାର ହାତୀ ଘଉଡାଇବାକୁ ଯାଇ ମାଡ ଖାଇଲେ ଫରେଷ୍ଟର । ଫରେଷ୍ଟ ଗାର୍ଡଙ୍କ ସହ ଜଣେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ମାଡ ମରାଯାଇଛି । ଏହି ଘଟଣାରେ ତିନି ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ମିଟୁ ମହନ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ସହ ତାର ସହଯୋଗୀ ଫେରାର ହୋଇଯାଇଛି ।