ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କଲା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ଗାୟକ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଆଜି ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କରିଛି କମିଶନରଟ ପୋଲିସ । କୋଲକାତାର ଦୁଇଟି ୨ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ ପାଇଁ ଲେଖିଲା ଚିଠି । ଗତକାଲି ସୌରିନଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । ଏନେଇ ସୂଚନା ଦେଇଛନ୍ତି ଜୋନ୍ ୨ ଏ ସି ପି ଅମିତାଭ ମହାପାତ୍ର ।

ସୂଚନାଯୋଗ୍ୟ, ଗତକାଲି ସୌରୀନଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିଥିଲା ପୋଲିସ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ କମିଶନରେଟ ପୋଲିସ ତାଙ୍କ ନାଁରେ ଜାରି କରିଛି ଲୁକ୍ ଆଉଟ୍ ସର୍କୁଲାର । ସୌରୀନଙ୍କ ପତ୍ତା ମିଳୁନି । ତାଙ୍କୁ ପାଉନି ପୋଲିସ । କୋଲକାତା ପୋଲିସ ସହାୟତାରେ ତାଙ୍କ ଘରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏଥିପାଇଁ କୋଲକାତା ଯାଇଥିଲେ ୪ଜଣିଆ ପୋଲିସ ଟିମ୍ । ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ୍ ହୋଇଥିଲା । କିନ୍ତୁ ମିଳି ନଥିଲେ ସୌରୀନ ।

Leave A Reply

Your email address will not be published.